ପିପିଲି ବଳଙ୍ଗା ମୁଖ୍ୟ ରାସ୍ତାରେ ଥିବା ପେଟ୍ରୋଲ ପମ୍ପ ଅଫିସରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସହ କାଗଜପତ୍ର

93

କନକ ବ୍ୟୁରୋ : ପେଟ୍ରୋଲ ପମ୍ପ ଅଫିସ୍ରେ ଅଗ୍ନିକାଣ୍ଡ । ପୁରୀ ସାତଶଂଖ ବଳଙ୍ଗା ମୁଖ୍ୟ ରାସ୍ତାର ରୁପଦେଇପୁର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ଅଫିସ୍ରେ ଅଗ୍ନିକାଣ୍ଡ ହୋଇଛି । ତୁରନ୍ତ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲା । ନିଆଁ ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ସହିତ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି । କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ । ବଡ଼ କଥା ହେଉଛି ନିଆଁ ପେଟ୍ରୋଲ ପମ୍ପକୁ ବ୍ୟାପିନାହିଁ । ପେଟ୍ରୋଲ ପମ୍ପକୁ ବ୍ୟାପିଥିଲେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥାନ୍ତା । ନିଆଁ ବ୍ୟାପିବା ପୂର୍ବରୁ ଆୟତ କରାଯାଇଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି ।