କନକ ବ୍ୟୁରୋ : ନିଆଳି ତହସିଲ ଅଫିସ୍ରେ ନିଆଁ ଲାଗିଛି । ଗତକାଲି ବିଳମ୍ବିତ ରାତିରେ ତହସିଲ ଅଫିସରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ପ୍ରୟାସ ଜାରି ରଖିଛନ୍ତି । ନିଆଁରେ ଅଫିସ୍ର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
କମ୍ପ୍ୟୁଟର ସେକ୍ସନ୍ରେ ନିଆଁ ଲାଗିଥିବାରୁ ନିଆଁରେ ପୋଡି ହୋଇ ବହୁ କମ୍ପ୍ୟୁଟର ନଷ୍ଟ ହୋଇଥିବା ଜଣାପଡିଛି। ତେବେ ନିଆଁ କେମିତି ଲାଗିଲା ସେନେଇ ବର୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ । ପ୍ରାଥମିକ ସୂଚନା ଅନୁସାରେ ଫୋନି କ୍ଷତିଗ୍ରସ୍ତଙ୍କ ତଥ୍ୟ ମଧ୍ୟ ପୋଡି ନଷ୍ଟ ହୋଇଯାଇଛି ।
Follow Us