କନକ ବ୍ୟୁରୋ: ନ୍ୟୁଜିଲାଣ୍ଡ ରାଜଧାନୀ ୱେଲିଙ୍ଗଟନ ଏକ ବହୁତଳପ୍ରାସାଦ ଛାତ୍ରାବାସରେ ନିଆଁ ଲାଗିବାରୁ ୬ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଗୁରୁତର ହୋଇଛନ୍ତି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ସୂଚନା ରହିଛି । ଏବେଯାଏଁ ୫୨ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ଗଣମାଧ୍ୟମ ଖବର ମୁତାବକ, ୱେଲିଙ୍ଗଟନ୍ ଲୋଫର ୍ର ଉପର ମହଲାରେ ନିଆଁ ଲାଗିଥିଲା । ପୁଲିସ କହିବା ମୁତାବକ, ଗୋଟିଏ ମହଲାରେ ଛାତ୍ରମାନେ ରହୁଥିବାବେଳେ ସେହି ଅପାର୍ଟମେଣ୍ଟରେ ଅନେକ ବୟସ୍କ ଲୋକ ମଧ୍ୟ ରହୁଥିଲେ । ଏମାନଙ୍କ ମଧ୍ୟରୁ ନିଆଁ ଲାଗିଥିବା ଜାଣି ପଳାଇଆସିଥିବାବେଳେ ଅନେକ ଫସିରହିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଛି ।