କନକ ବ୍ୟୁରୋ : ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବଡ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣ ପ୍ରାଣ ହରାଇ ଥିବାବେଳେ ୬ରୁ ଅଧିକ ଲୋକ ବେହୋସ ହୋଇପଡିଛନ୍ତି । ଉଦ୍ଧାର କାମ ଜାରି ରହିଛି । ହସ୍ପିଟାଲରେ ୭୦ରୁ ଅଧିକ ରୋଗୀ ଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଅଧିକାଂଶ କରୋନା ରୋଗୀ । ସମସ୍ତ ରୋଗୀଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଏକ ସପିଂ ମଲର ତୃତୀୟ ମହଲାରେ ଏହି ଡାକ୍ତରଖାନା ଥିଲା । ନିଆଁ ରାତି ପ୍ରାୟ ସାଢେ ୧୧ଟାରେ ଲାଗିଥିଲ । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଡାକ୍ତରଖାନା ଭିତରେ ଆଉ ରୋଗୀ ଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି । ଡାକ୍ତରଖାନାରେ ୭୬ ରୋଗୀଙ୍କ ମଧ୍ୟରୁ ୭୩ ଜଣ କରୋନା ଆକ୍ରାନ୍ତ ଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି, ୯୦ରୁ ଅଧିକ ପ୍ରତିଶତ ରୋଗୀଙ୍କୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/2-41.jpg)