ହଠାତ୍ ଘରେ ଲାଗିଗଲା ନିଆଁ । ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ପୋଡି ପାଉଁଶ ହୋଇଯାଇଥିଲା ସବୁ କିଛି

ହଠାତ୍ ଘରେ ଲାଗିଗଲା ନିଆଁ । ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ପୋଡି ପାଉଁଶ ହୋଇଯାଇଥିଲା ସବୁ କିଛି

କନକ ବ୍ୟୁରୋ : ଘର ପୋଡି ବିପଦ ଠାରୁ ବଡ ବିପଦ ନାହିଁ । ଯାହାର ଘର ପୋଡି ଯାଇଛି, ସେ ଜାଣିଛି ସେ ଦୃଶ୍ୟ କେତେ ଯନ୍ତ୍ରଣାଦାୟକ । କେନ୍ଦୁଝର ହାଟଡିହି ଅପସର ଗାଁରେ ଅଗ୍ନିକାଣ୍ଡ ଘଟିଛି   । ନିଆଁ ଲାଗି ୨ଟି ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି । ୩ ବଖରା ଘର ସହିତ ସବୁକିଛି ଜଳି ଯାଇଛି । ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ସଂଧ୍ୟାରେ ହଠାତ୍ ଅଗ୍ନିକାଣ୍ଡ ଘଟି ଘରେ ନିଆଁ ଲାଗିଯାଇଥିଲା । ଲୋକମାନେ ନିଆଁକୁ ଆୟତ କରିବା ବେଳକୁ ସବୁ ସରିଯାଇଥିଲା । ଘରେ ରଖାଯାଇଥିବା ବର୍ଷକର ଆହାର, ଖଟ ପଲଙ୍କ, ଲୁଗାପଡା ପୋଡି ଅଙ୍ଗାର ହୋଇଯାଇଛି । ଧାନ ଚାଉଳ ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚିବା ବେଳକୁ ନିଆଁ ସବୁ କିଛି ଗିଳି ସାରିଥିଲା । ୨ଟି ପରିବାରର ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe