କନକ ବ୍ୟୁରୋ : ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗି ୩ ବଗି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ହାୱଡା –ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସଟି ତେଲେଙ୍ଗାନାର ପାଗିଡିପାଲି-ବୋମାଇପାଲି ଦେଇ ଯାଉଥିବା ବେଳେ ହଠାତ ଟ୍ରେନରେ ନିଆଁ ଲାଗିଯାଇଥିଲା । ଫଳରେ ଟ୍ରେନର ସମସ୍ତ ଯାତ୍ରୀ ଭୟଭିତ ହୋଇ ତଳକୁ ଓହ୍ଲାଇ ପଡିଥିଲେ ।

Advertisment

ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିବା ନେଇ ସିପିଆଉ ସି.ଏଚ ରାକେଶ ପ୍ରତିକ୍ର୍ରିୟା ରଖିଛନ୍ତି । ସେ କହିବା ମୁତାବକ ଟ୍ରେନର ୩ଟି ବଗି ଜଳିଯାଇଛି । ଏସ୍-୪, ଏସ୍-୫ ଓ ଏସ-୬ ବଗି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ଦିନ ୧୧.୩୦ରେ ଟ୍ରେନରେ ନିଆଁ ଲାଗିଥିଲା । ହେଲେ ଟ୍ରେନରେ ନିଆଁକୁ ଆୟତ କରାଯାଥିବା କଥା କୁହାଯାଇଛି । ନିଆଁ ଲିଭାଇବାରେ ୪ଟି ଦମକଳ ଗାଡି ନିୟୋଜିତ ହୋଇଥିଲେ । ଟ୍ରେନରେ ଥିବା ଯାତ୍ରୀଙ୍କୁ ବିବିନଗର ଓ ସିକନ୍ଦରାବାଦ ନିଆଯାଇଛି ।