କନକ ବ୍ୟୁରୋ : ପେପର ମିଲରେ ଅଗ୍ନିକାଣ୍ଡ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଚୋରମରାଠାରେ ଥିବା ମହାବୀର ପେପର ମିଲରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁସାରେ ଆଜି ସକାଳୁ ୮ଟାରେ ଫ୍ରେକ୍ଟ୍ରି କାମ ଆରମ୍ଭ କରିବା ସମୟରେ ବିଜୁଳି ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣା ପଡ଼ିଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ମିଲ୍ର ଲକ୍ଷାଧିକ ଟଙ୍କାର ସଂପତି ପୋଡ଼ି ନଷ୍ଟ ହେଇଯାଇଛି । ତେବେ ଅଗ୍ନିକାଣ୍ଡ ସମ୍ପର୍କରେ ଟିଟିଲାଗଡ଼ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି ।
ବଲାଙ୍ଗୀର ମହାବୀର ପେପର ମିଲରେ ଅଗ୍ନିକାଣ୍ଡ । ଜଳିପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତି, ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା
/kanak/media/post_attachments/wp-content/uploads/2024/06/24-20.jpg)