କନକ ବ୍ୟୁରୋ : ଟାୟାର ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ହୁତୁହତୁ ହୋଇ ଜଳିଗଲା ଦୋକାନ । ଆଖି ଆଗରେ ଜଳିଗଲା ଦୋକାନରେ ଥିବା ଜିନିଷ । ବାରିପଦା ମଧୁବନ ଗ୍ୟାରେଜ ଛକରେ ଥିବା ଦୁଇଟି ରିସଲ ଟାୟାରେ ଦୋକାନରେ ନିଆଁ ଲାଗିଯାଇଛି । ଲକ୍ଷାଧିକ ଟଙ୍କାର ପୁରୁଣା ଟାୟାର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସଠିକ୍ ସମୟରେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିବାରୁ ଅନେକ ଦୋକାନରେ ନିଆଁ ପ୍ରକୋପରୁ ବଂଚିଯାଇଛି । ଗତ ୨ ବର୍ଷ ପୂର୍ବରୁ ମଧ୍ୟ ଠିକ୍ ମକର ସଂକ୍ରାନ୍ତି ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ୮ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/8-21.jpg)