ଚୁଲି ନିଆଁ ଜାଳିଦେଲା ଅଧା ଗାଁ : ଔପଦା ଗଡସାହିରେ ଭୟାବହ ଅଗ୍ନିକାଣ୍ଡ

Advertisment
ଚୁଲି ନିଆଁ ଜାଳିଦେଲା ଅଧା ଗାଁ : ଔପଦା ଗଡସାହିରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର : ଚୁଲି ନିଆଁ ଜାଳିଦେଲା ଅଧା ଗାଁ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଔପଦା ଗଡସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୪୦ ବଖରା ଘର ପୋଡି ପାଉଁଶ ହୋଇ ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି । ତେବେ ନୂଆରେ ପୋଡି ହୋଇ ଜଣେ ଆହତ ହୋଇଥିବା ଜଣାପଡିଛି ।

ସେପଟେ ଜୟପୁର ସହରର ମିଲଷ୍ଟ୍ରିଟରେ ଥିବା ଏକ ଅଖା ଗୋଦାମରେ ଅଘଟଣା ଘଟିଛି । ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଯାଇଛି । ତେବେ ଏ ଯାଏଁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ସର୍ଟସର୍କିକଟ ଯୋଗୁଁ ଅଖା ଗୋଦାମରେ ନିଆଁ ଲାଗିଥିବା ପ୍ରାଥମିକ ଅନୁସନ୍ଧାନରୁ ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଂଚି ନିଅାଁକୁ ଆୟତ କରିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe