କନକ ବ୍ୟୁରୋ : ଅନୁଗୁଳ ଠାରେ ଥିବା ମଦ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁରରେ ଥିବା ମଦ ଡିପୋରେ ନିଆଁ ଲାଗିଛି । ଡିପୋ ନିକଟରେ ଥିବା ଦୁଇଟି ଟ୍ରକରେ ନିଆଁ ଲାଗି ଏହା ଡପୋ ପର୍ଯ୍ୟନ୍ତ ବ୍ୟାପିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଅଗ୍ନିସମବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛି । ହେଲେ ନିଆଁ କାହିଁକି ଲାଗିଲା ତାର ସଠିକ କାରଣ ଜଣାପଡିନାହିଁ ।
ଅନୁଗୁଳ ମଦ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ଦୁଇ ଟ୍ରକ୍
/kanak/media/post_attachments/wp-content/uploads/2024/08/28-14.jpg)