ଦଣ୍ଡ ଉପବାସ କରିବାରୁ ପରିବାରକୁ ନିଆଁ ପାଣି ବାସନ୍ଦ। ୧୦ ବର୍ଷ ହେଲା ସଜା କାଟୁଛନ୍ତି ବସନ୍ତ ବେହେରାଙ୍କ ପରିବାର।

ଦଣ୍ଡ ଉପବାସ କରିବାରୁ ପରିବାରକୁ ନିଆଁ ପାଣି ବାସନ୍ଦ। ୧୦ ବର୍ଷ ହେଲା ସଜା କାଟୁଛନ୍ତି ବସନ୍ତ ବେହେରାଙ୍କ ପରିବାର।

କନକ ବ୍ୟୁରୋ: ଗାଁ ମଶାଣି ମନା, ଗାଁର କାହା ସାଥିରେ କଥା ହେବା ବି ମନା । ଯଦି କିଏ କଥା ହେବ ତେବେ ତାଠାରୁ ୧୦ ହଜାର ଟଙ୍କା ଫାଇନ ଆଦାୟ କରାଯିବ ବୋଲି ନିଷ୍ପତି ନେଇଛନ୍ତି ଗାଁ ମୁଖିଆ । ବର୍ଷେ କି ୨ ବର୍ଷ ନୁହେଁ ୧୦ ବର୍ଷ ଧରି ଗାଁରୁ ବାସନ୍ଦ ଅଛନ୍ତି କଟକ ଜିଲ୍ଲା ବାଙ୍କୀ ବ୍ଲକ ମଧୁଆପଲ୍ଲୀ ପାଟଣା ଗାଁର ବସନ୍ତ ବେହେରାଙ୍କ ପରିବାର । ଅନ୍ୟ ଗାଁରେ ହେଉଥିବା ଝାମୁ ଯାତ୍ରାରେ ଦଣ୍ଡ ଉପବାସ କରିବାରୁ ଏହି ପରିବାରକୁ ନିଆଁ ପାଣି ବାସନ୍ଦ ଭଳି ନିର୍ଯାତନାର ଶିକାର ହୋଇଛନ୍ତି । ଏପରିକି ଗାଁର ପୋଖରୀ କିମ୍ବା ଗାଁର ମନ୍ଦିରକୁ ଏହି ପରିବାର ଯିବେ ନାହିଁ ବୋଲି ରୋକ୍ଠୋକ୍ କୁହାଯାଇଛିି ।

୨୦୧୩ ମସିହାରେ ମଧୁଆପଲୀ ଓ ମଧୁଆପଲୀ ପାଟଣା ଏହି ୨ ଗାଁ ମଧ୍ୟରେ ଝାମୁ ଯାତ୍ରାକୁ ନେଇ ବିବାଦ ଦେଖାଦେଇଥିଲା । ଏହି ସମୟରେ ମଧୁଆପଲୀ ପାଟଣା ଗାଁର ବସନ୍ତ ବେହେରା ମଧୁଆପଲୀ ଗାଁରେ ଚାଲିଥିବା ଝାମୁଯାତ୍ରାରେ ସେହି ଗାଁ ଲୋକଙ୍କ ସହ ମିଶି ଦଣ୍ଡ ଉପବାସ କରିଥିଲେ । ଯାହା ପାଇଁ ଗାଁର ବସନ୍ତ ବେହେରାଙ୍କ ପରିବାରକୁ ଗାଁ ମୁଖିଆ ବାସନ୍ଦ କରି ଦେଇଥିଲେ । ଏହାରି ଭିତରେ ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଗାଁରେ ନିର୍ଯାତନାର ଶିକାର ହେଉଛନ୍ତି ଏହି ପରିବାର । ସେପଟେ ଏନେଇ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଏହି ପରିବାର ଅଭିଯୋଗ କରିଛନ୍ତି । ହେଲେ କେହି ଶୁଣି ନଥିବା କହିଛନ୍ତି ପରିବାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe