ପଶ୍ଚିମରେ ନିଆଁ ବର୍ଷା,୪୭ ଡିଗ୍ରୀ ସହ ଝାରସୁଗୁଡ଼ା ପାଲଟିଲା ସବୁଠୁ ଉତ୍ତପ୍ତ ସହର ।୪୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା

248

କନକବ୍ୟୁରୋ: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତାପମାତ୍ରା ଦିନକୁଦିନ ବଢୁଛନ୍ତି । ପଶ୍ଚିମ ଓଡିଶାର ଆକାଶରୁ ଅଗ୍ନିବର୍ଷା ହେଉଛି । ଝାରୁସୁଗୁଡାରେ ତାପମାତ୍ରା ଗତକାଲି ଅପେକ୍ଷା ୫.୯ ଡିଗ୍ରୀ ବଢି ୪୭ ଡିଗ୍ରୀ ହୋଇଛି । ଟିଟଲାଗଡ, ବରଗଡ ଓ ସମ୍ବଲପୁରରେ ପାରା ୪୬ ଡିଗ୍ରୀ ଉପରେ ରହିଛି ।ସୋନପୁର, ମାଲକାନଗିରି, ବଲାଙ୍ଗୀର, ହୀରାକୁଦରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ପଶ୍ଚିମ ଓଡିଶା ଜଳୁଥିବାବେଳେ ଉପକୂଳରେ ପ୍ରବଳ ଗୁଳୁଗୁଳି ଜନଜୀବନଙ୍କୁ ଅସହ୍ୟ କରିଛି ।