ନିଆଁରେ ପୋଡ଼ି ହୋଇ ବାପା ମା’, ଝିଅ ଗୁରୁତର । ଭଞ୍ଜନଗରରେ ଅଭାବନୀୟ ଘଟଣା ।

81

କନକ ବ୍ୟୁରୋ : ପେଟ୍ରୋଲ ନିଆଁରେ ଜଳିଗଲେ ଗୋଟିଏ ପରିବାରର ତିନି ଜଣ । ବାପା, ମାଆ ଓ ଝିଅ ଦେହରେ ନିଆଁ ଲାଗିବା ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ତାରସିଙ୍ଗ ଥାନା ଅନ୍ତର୍ଗତ ସମରବନ୍ଧ ଗାଁରେ ।

ଦୋକାନରେ ବିକିବା ପାଇଁ ଜାରରେ ପେଟ୍ରୋଲ ଆଣିଥିଲେ ପ୍ରଫୁଲ ନାୟକ । ଜାରରୁ ବୋତଲକୁ ପେଟ୍ରୋଲ ଢ଼ାଳୁଥିବା ବେଳେ ଅସାବଧାନତା କାରଣରୁ ହାତରୁ ଖସି ପଡ଼ିଥିଲା ପେଟ୍ରୋଲ ଭର୍ତ୍ତି ଜାର । ପାଖରେ ଦୀପ ଜଳୁଥିବାରୁ ତଳେ ପଡି ଯାଇଥିବା ପେଟ୍ରୋଲରେ ନିଆଁ ଧରିଥିଲା । ସେଠାରେ ଥିବା ପ୍ରଫୁଲ ନାୟକ, ତାଙ୍କ ପତ୍ନୀ ଓ ଝିଅଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଗ୍ରାମାବାସୀ । ପରେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।