ବଢ଼ୁଛି ସିଦ୍ଧରମୈୟାଙ୍କ ଅଡ଼ୁଆ ; କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା, ଅନୁମତି ଦେଲେ ରାଜ୍ୟପାଳ

ବଢ଼ୁଛି ସିଦ୍ଧରମୈୟାଙ୍କ ଅଡ଼ୁଆ ; କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରୁଜୁ ହେବ ମାମଲା, ଅନୁମତି ଦେଲେ ରାଜ୍ୟପାଳ

କନକ ବ୍ୟୁରୋ: ସିଦ୍ଧରମୈୟାଙ୍କ ଅଡୁଆ ବଢିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ବିରୁଦ୍ଧରେ ରୁଜୁ ହେବ ମାମଲା। ଏନେଇ ଅନୁମତି ଦେଇଛନ୍ତି ରାଜ୍ୟପାଳ। ଜମି ଦୁର୍ନୀତି ଅଭିଯୋଗ ଉପରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ। ଜଣେ ସୂଚନା ଅଧିକାରୀ କର୍ମୀଙ୍କ ଅନୁରୋଧ କ୍ରମେ ଏହି ଅନୁମତି ଦେଇଛନ୍ତି ରାଜ୍ୟପାଳ।

ସୂଚନା ଅନୁସାରେ, ଆରଟିଆଇ କାର୍ୟ୍ୟକର୍ତ୍ତା ଟି.ଜେ ଆବ୍ରାହମ ମୈସୁର ସହରାଞ୍ଚଳ ବିକାଶ ପ୍ରାଧିକରଣ ଜମି ଆବଣ୍ଟନରେ ଦୁର୍ନୀତି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଦୁର୍ନୀତି ଉପରେ ମାମଲା ରୁଜୁ କରି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରିବାକୁ ସେ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ରାଜ୍ୟପାଳ ତାଙ୍କ ଅନୁରୋଧକୁ ଗ୍ରହଣ କରିବା ସହ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ପାଇଁ ଅନୁମତି ଦେଇଛନ୍ତି। ଏଥିସହ ଅଭିଯୋଗକାରୀ ଆରଟିଆଇ କାର୍ୟ୍ୟକର୍ତ୍ତାଙ୍କୁ ରାଜ୍ୟପାଳଙ୍କ କାର୍ୟ୍ୟାଳୟକୁ ଡକାଇଛନ୍ତି। ଆଜି ଦିନ ୩ଟାରେ ଟି.ଜେ ଆବ୍ରାହମଙ୍କୁ ରାଜ ଭବନ ଆସି ତାଙ୍କ ସହ ସାକ୍ଷାତ କରିବାକୁ କହିଛନ୍ତି ରାଜ୍ୟପାଳ।

ଅନ୍ୟପଟେ ସିଦ୍ଧରମୈୟା ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ରାଜ୍ୟପାଳଙ୍କ ଅନୁମତିକୁ ବିରୋଧ କରି କୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ଜଣାଇଛି ଦଳ। କଂଗ୍ରେସ ପକ୍ଷରୁ ଏହାକୁ କେନ୍ଦ୍ର ସରକାର ଏବଂ ବିଜେପିର ଚକ୍ରାନ୍ତ ବୋଲି ଅଭିଯୋଗ କରାଯିବା ସହ କର୍ଣ୍ଣାଟକ ସରକାରଙ୍କୁ ଟାର୍ଗେଟ କରି ଏପରି କରାଯାଉଥିବା ଦଳ ଅଭିଯୋଗ କରିଛି। ଦରକାର ପଡ଼ିଲେ ଏହା ବିରୁଦ୍ଧରେ ରାଜ୍ୟବ୍ୟାପୀ ହଡ଼ତାଳ ହେବ ବୋଲି ମଧ୍ୟ ଦଳ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe