ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ନାଁରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଲେ ବୋହୁ । ଭୋପାଳ ମହିଳା ଥାନାରେ ହୋଇଛି ଅଭିଯୋଗ।

291

କନକ ବ୍ୟୁରୋ : ଭର୍ତ୍ତୃହରି ମହତାବଙ୍କ ପରିବାର ନାଁରେ ବଡ ଅଭିଯୋଗ । ପୂରା ପରିବାର ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ବୋହୂ ସାକ୍ଷୀ ମହାତାବ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସାକ୍ଷୀ । ଭୋପାଳର ମହିଳା ଥାନାରେ ଭର୍ତ୍ତୃହରିଙ୍କ ପରିବାର ନାଁରେ ଏଫଆଇଆର ଦାୟର କରିଛନ୍ତି ସାକ୍ଷୀ ।

ଶ୍ୱଶୁର ତଥା କଟକରୁ ସାଂସଦ ଥିବା ଭର୍ତ୍ତୃହରି ମହତାବ, ଶାଶୁ ମହାଶ୍ୱେତା ମହତାବଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବୋହୂ । ଏହାସହ ସ୍ୱାମୀ ଲୋକରଞ୍ଜନ ମହତାବଙ୍କ ନାଁରେ ମଧ୍ୟ ଅଭିଯୋଗ କରିଛନ୍ତି ସାକ୍ଷୀ ।  ଗତ ୧୭ ତାରିଖ ଅପରାହ୍ନରେ ଭୋପାଳର ମହିଳା ଥାନାରେ ଅଭିଯୋଗ କରିଛନ୍ତି ସାକ୍ଷୀ । ଆଇପିସିର ବିଭିନ୍ନ ଦଫାରେ ପୂରା ପରିବାର ନାଁରେ ମାମଲା ରୁଜୁ ହୋଇଛି ।

ଯୌତୁକ ନିର୍ଯାତନା ସହ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି ସାକ୍ଷୀ । ଏହାସହ ବିବାହ ପରଠାରୁ ଲଗାତାର ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଏତଲାରେ ଦର୍ଶାଇଛନ୍ତି ସାକ୍ଷୀ । ଶ୍ୱଶୁର ଘରେ ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯିବା ଫଳରେ ଭୋପାଳରେ ବାପା-ମାଆଙ୍କ ସହ ରହୁଥିବା ଦର୍ଶାଇଛନ୍ତି ସାକ୍ଷୀ । ଗତ ୨୦୧୬ ମସିହାରେ ଭର୍ତ୍ତୃହରିଙ୍କ ପୁଅ ଲୋକରଞ୍ଜନଙ୍କୁ ବିବାହ କରିଥିଲେ ସାକ୍ଷୀ ।