କ୍ରିକେଟ ମଇଦାନ ଛାଡି ବିଜେପିର ଟିକେଟରେ ନିର୍ବାଚନୀ ମଇଦାନରେ ଓହ୍ଲାଇଥିବା ଗୌତମ ଗମ୍ଭୀରଙ୍କ ବିରୁଦ୍ଧରେ ନୂଆ ନୂଆ ଅଭିଯୋଗ ଆସୁଛି । ନାମାଙ୍କନ ପର ଠାରୁ ଏପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆସିଛି । ତାଙ୍କୁ ପୂର୍ବ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ କରାଯାଇଥିଲା । ତେବେ ମତଦାନ ନହେବା ପୂର୍ବରୁ ଗୌତମଙ୍କ ଉପରେ ଏତଲା ରୁଜୁ କରିବା ପାଇଁ ନିର୍ବାଚନ କମିସନ ଆଦେଶ ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ଗତକାଲି ଗୌତମ ଗମ୍ଭୀରଙ୍କର ଦୁଇଟି ଭୋଟର ଆଇଡି ରହିଛି ବୋଲି ଅଭିଯୋଗ କରି ଆପ୍ ର ପୂର୍ବ ଦିଲ୍ଲୀ ପ୍ରାର୍ଥୀ ଅତିଶୀ ହଜାରି କୋର୍ଟରେ ଏତଲା ରୁଜୁ କରିଥିଲେ । ଆଜି ପୁଣି ନିର୍ବାଚନ କମିସନ ଗୌତମ ଗମ୍ଭୀରଙ୍କ ଉପରେ ଏତଲା ରୁଜୁ କରିବା ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତିରେ ଗମ୍ଭୀର ଜଙ୍ଗପୁରାରେ ଜନସଭା କରିଥିଲେ । ଏପ୍ରିଲ ୨୫ରେ ଜନସଭା କରାଯାଇଥିବାବେଳେ ଆଜି ସୂଚନା ପାଇ ନିର୍ବାଚନ କମିସନ ଏଭଳି ଆଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/2a9f278a-68d6-11e9-8193-fd2d71cfe7d0.jpg)
/kanak/media/post_attachments/wp-content/uploads/2019/04/Goutam-300x225.jpg)