କନକ ବ୍ୟୁରୋ: ରଥ ଉପରେ ଅଣସେବାୟତ ଚଢିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଦିଆଗଲା ଏତଲା। ଶ୍ରୀମନ୍ଦିର ସ୍ୱତନ୍ତ୍ର ଅଧିକାରୀ ଅଜୟ କୁମାର ଜେନା ଏନେଇ ଥାନାରେ ଏତଲା ଦେଇଛନ୍ତି । ରଥଯାତ୍ରା ଦିନ ୭ ଓ ୮ ତାରିଖରେ ରଥ ଉପରେ ଅନଧିକୃତ ବ୍ୟକ୍ତି ଓ ଅଣ ସେବାୟତ ଚଢିବା ନେଇ ଏତଲା ଦିଆଯାଇଛି। ଏ ସମ୍ପର୍କିତ ଫଟୋ, ଭିଡିଓ ଓ ଶ୍ରୀମନ୍ଦିର ବ୍ୟବସ୍ଥାବଳୀର ଅନ୍ୟାନ୍ୟ ପ୍ରମାଣ ଆଧାରରେ ଏତଲା ହୋଇଛି । ପେନଡ୍ରାଇଭରେ ପୋଲିସକୁ ସମସ୍ତ ପ୍ରମାଣ ହସ୍ତାନ୍ତର କରାଯାଇଛି।
ସେପଟେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ନୂଆ ମୋଡ ନେଇଛି । ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ନେଇ ଥାନାକୁ ଯାଇଛି ଜଗନ୍ନାଥ ସେନା । ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଗିରଫ ଦାବିରେ ଜଗନ୍ନାଥ ସେନା ସିଂହଦ୍ୱାର ଥାନାରେ ଏତଲା ଦେଇଛି । ୨୦୧୮ ରତ୍ନଭଣ୍ଡାର ନକଲି ଚାବି ରେକର୍ଡ ରୁମରୁ ପାଇଥିବା କହିଥିଲେ ତତ୍କାଳୀନ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଏଭଳି କହି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଥିବା ଅଭିଯୋଗ କରିଛି ଅଭିଯୋଗ ସେନା।