କନକ ବ୍ୟୁରୋ: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବିଜେପି-କଂଗ୍ରେସ ମୁହାଁମୁହିଁ ଘଟଣା । କ୍ୟାପିଟାଲ ଥାନାରେ ଦ୍ୱାରସ୍ଥ ହେଲା ବିଜେପି ଯୁବମୋର୍ଚ୍ଚା । ଘଟଣାରେ ବିଜେପି ଯୁବ ମୋର୍ଚ୍ଚାର ୭ ଜଣ ଗୁରୁତର ଥିବା ଅଭିଯୋଗ । ତେବେ ଯେଉଁମାନେ ଏଭଳି ଘଟାଇଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା । ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ କରି ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି ଯୁବ ମୋର୍ଚ୍ଚା।
ତେବେ ଆଜି ଅପରାହ୍ନରେ ରାଜଧାନୀରେ ବିଜେପି ଯୁବମୋର୍ଚ୍ଚ ଓ ଯୁବ ଛାତ୍ର କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଦଳର କର୍ମୀଙ୍କ ପଥରମାଡରେ ମାଷ୍ଟରକ୍ୟାଣ୍ଟିନ ଛକ ରଣକ୍ଷେତ୍ର ପାଲଟିଲା । ଯେଉଁଥିରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ପଥର ଫିଙ୍ଗାଫିଙ୍ଗି ହେବାରୁ ୭ ଜଣଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି । ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେପଟେ ରାହୁଲଙ୍କ ପୋଷ୍ଟରରେ ବିଜେପି ଯୁବମୋର୍ଚ୍ଚା ଗୋବର ମାଡ଼ କରିବା ପରେ ଏଭଳି ହଙ୍ଗାମା ଓ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୋଲିସ ଉପସ୍ଥିତିରେ ଏହି ଉତ୍ତେଜନା ହୋଇଥିବା ବେଳେ ପରେ ରାହୁଲଙ୍କ ପୋଷ୍ଟରରେ ପାଣି ଢାଳି କଂଗ୍ରେସ ପକ୍ଷରୁ ଗୋବର ସଫା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/33-1.jpg)