କନକ ବ୍ୟୁରୋ: ସୁନ୍ଦରଗଡ଼ ଏଡିଏମଓ ଡାକ୍ତର ପ୍ରକାଶ ବଳଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ସୁନ୍ଦରଗଡ଼ ଟାଉନ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଜଣେ ମହିଳା ଡାକ୍ତର ସାଂଘାତିକ ଅଭିଯୋଗ ଆଣି ଥାନାରେ ଏତଲା ଦେବା ପରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପୀଡ଼ିତା ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ. ଏଡିଏମଓ ନିଜ ଚ୍ୟାମ୍ବର ଭିତରକୁ ଡାକି ଯୌନ ନିର୍ଯାତନା ଦେଉଥିଲେ । ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ମେଡିକାଲର ଅନ୍ୟ ମହିଳା ଡାକ୍ତର ଓ ନର୍ସ ମଧ୍ୟ ଡାକ୍ତର ବଳଙ୍କ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି । ପୂର୍ବରୁ ଏଡିଏମଙ୍କ ବିରୋଧରେ ପୀଡ଼ିତା ଜଣକ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ଏକ କମିଟି ମଧ୍ୟ ତଦନ୍ତ ପାଇଁ ଗଠନ କରାଯାଇଥିଲା । କିନ୍ତୁ କମିଟି ଘଟଣାକୁ ଚାପି ଦେଇଥିବା ଅଭିଯୋଗ କରିଛନ୍ତି ଅଭିଯୋଗ ଆଣିଥିବା ମହିଳା ଡାକ୍ତର ଜଣକ । ଏହାପରେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Advertisment

ଅନ୍ୟପଟେ ଡାକ୍ତର ପ୍ରକାଶ ବଳ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତାଙ୍କ କହିବା କଥା ଠିକ୍ ଭାବେ ଡ୍ୟୁଟି କରିବାକୁ କହିବାରୁ ମହିଳା ଡାକ୍ତର ଜଣକ ଏପରି ଅଭିଯୋଗ ଆଣିଛନ୍ତି । ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।