କଟକ ତାଳଦଣ୍ଡା ଟ୍ରେନ୍ ଲାଇନରେ ଯୁବକଙ୍କ ଆତ୍ମହତ୍ୟା ଘଟଣା! କଟକ ଜିଆରପି ଥାନାରେ ଏତଲା ଦେଲେ ମୃତକଙ୍କ ଭାଇ, ପ୍ରେମିକାର ପ୍ରତାରଣା ସହିନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ।

450

କନକ ବ୍ୟୁରୋ: ତାଳଦଣ୍ଡା କେନାଲ ଟ୍ରେନ ଲାଇନରେ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ଥାନାରେ ଏତଲା । ନ୍ୟାୟ ଦାବି କରି ଆଜି କଟକ ଜିଆରପି ଥାନାରେ ଉକ୍ତ ଯୁବତୀଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ଯୁବକଙ୍କ ଭାଇ । ସେ କହିଛନ୍ତି ତାଙ୍କ ଭାଇ ସଂପୃକ୍ତ ଯୁବତୀଙ୍କୁ ବହୁତ ଭଲ ପାଉଥିଲେ । ଏବଂ ସବୁବେଳେ ସାହାଯ୍ୟ ମଧ୍ୟ କରୁଥିଲେ । କିନ୍ତୁ ସେ ଝିଅ ତାଙ୍କ ଭାଇକୁ ପ୍ରତାରଣା କରି ଆଉ ଜଣେ ପୁଅକୁ ଭଲ ପାଇବାରୁ ଭାଇ ମାନସିକ ଚାପରେ ରହୁଥିଲେ ।

ସେପଟେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ ତଦନ୍ତ ଜାରି ରଖିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ଆଉ କିଛି ତଥ୍ୟ ମିଳିବ ବୋଲି ପୋଲିସ ଅନୁମାନ କରୁଛି । ଗତକାଲି ତାଳଦଣ୍ଡା କେନାଲ ନିକଟରେ ଏକ ଭିଡିଓ ସୁଟ କରିବା ପରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ଯୁବକ । କେବଳ ଏତିକି ନୁହେଁ ମୃତ ମନୋଜଙ୍କ ପାଖରୁ ପୁଲିସ ଯେଉଁ ସୁଇସାଇଡାଲ୍ ପତ୍ର ପାଇଛି, ସେଥିରେ ର୍କଣ ଲେଖାଅଛି? ମନୋଜଙ୍କ ପ୍ରେମ କାହାଣୀରେ କେଉଁ ଗ୍ରହଣ ଲାଗିଲା ଯେ, ତାଙ୍କୁ ଶେଷରେ ଜୀବନ ହାରିବାକୁ ପଡ଼ିଲା । ଏସବୁର ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।