କନକ ବ୍ୟୁରୋ : ହୋମ୍ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ଘର ଛାଡ଼ି ବାହାରେ ବୁଲିବା ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ୍ ପକ୍ଷରୁ ୨ ଜଣଙ୍କ ନାଁରେ ଥାନାରେ ଏତଲା ହୋଇଛି। ମିଳିଥିବା ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ଥାନାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ନାଁରେ ଅଭିଯୋଗ ହୋଇଛି। ପୂର୍ବରୁ ବିଏମ୍ସି ପକ୍ଷରୁ ୨ ବ୍ୟକ୍ତିଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଥିଲା। ଦୁଇ ଜଣ ଧରାପଡ଼ିବା ପରେ, ତାଙ୍କୁ ସରକାରୀ କ୍ୱରେଣ୍ଟାଇନ୍ରେ ରଖାଯାଇଛି।
ସୂଚନାଯୋଗ୍ୟ, ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଉଲଂଘନ କରିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ କଟକସ୍ଥିତ ପୁରୀଘାଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ସଂପୃକ୍ତ ଯୁବକ ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଉଲଂଘନ କରି ରାସ୍ତାରେ ବୁଲୁଥିଲେ। କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ହସ୍ପିଟାଲରେ ଆଇସୋଲେସନ୍ ସେଣ୍ଟର ପ୍ରତିଷ୍ଠା କରିବା ସହ ହୋମ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ମଧ୍ୟ କରିଛନ୍ତି।
Follow Us