କନକ ବ୍ୟୁରୋ: କୋହଲିଙ୍କ ପବ୍ ଉପରେ ପୋଲିସର ଏଫଆଇଆର୍ । ଭାରତୀୟ କ୍ରିକେଟ୍ ବିରାଟ କୋହଲିଙ୍କ ମାଲିକାନାରେ ଥିବା ଓ୍ୱାନ୍ ୮ କମ୍ୟୁନ୍ ବିରୋଧରେ ଏଫଆଇଆର୍ ରୁଜୁ କରିଛି ପୋଲିସ୍ । ତେବେ ଖାଲି କୋହଲିଙ୍କ ପବ୍ ନୁହେଁ, ଏହାସହ ବାଙ୍ଗାଲୋରର ଅନ୍ୟ କିଛି ବ୍ୟବସାୟିକ ପ୍ରତିଷ୍ଠାନ ବିରୋଧରେ ମଧ୍ୟ ଏପରି ଆକ୍ସନ ନେଇଛି ପୋଲିସ୍ । ମିଳିଥିବା ସୂଚନା ମୁତାବକ, ଏହି ପବ୍ ଗୁଡିକୁ ରାତି ୧ଟା ପର୍ୟ୍ୟନ୍ତ ଖୋଲା ରହିବାକୁ ଅନୁମତି ଦିଆଯାଇଛି । ହେଲେ ଏହାସତ୍ତ୍ୱେ ମଧ୍ୟ ସେମାନେ ଅଧିକ ରାତି ପର୍ୟ୍ୟନ୍ତ ପବ୍ ଖୋଲା ରଖୁଛନ୍ତି । ତେଣୁ ଏହା ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଛି ।

Advertisment

ଜାଣିରଖିବା ଉଚିତ୍ ଯେ, ଏମଜି ରୋଡ୍ ସ୍ଥିତ ଓ୍ୱାନ୍ ୮ କମ୍ୟୁନ୍ ପବ୍ ଚିନ୍ନାସ୍ୱାମୀ କ୍ରିକେ୍ଟ ଷ୍ଟାଡିୟର ଅତି ନିକଟରେ ରହିଛି । ତେବେ ଏଠାରେ ଲଗାତାର ଭାବେ ନିୟମର ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ଆସିଥିଲା । ଏହାପରେ ପୋଲିସ୍ ଏହା ଉପରେ ନଜର ରଖିବା ସହିତ, ଏବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବିରାଟ କୋହଲିଙ୍କ ଏହି ଓ୍ୱାନ୍ ୮ କମ୍ୟୁନ୍ ପବ୍ ଦିଲ୍ଲୀ, ମୁମ୍ବାଇ, ପୁଣେ ଏବଂ କୋଲକାତା ଭଳି ମେଟ୍ରୋ ସହରରେ ରହିଛି । ଗତବର୍ଷ ଡିସେମ୍ବର ମାସରେ ବାଙ୍ଗାଲୋରରେ ମଧ୍ୟ ଏହା ଆରମ୍ଭ ହେଇଥିଲା । ତେବେ ଗତବର୍ଷ ମଧ୍ୟ ବିବାଦକୁ ଆସିଥିଲା ଓ୍ୱାନ୍ ୮ କମ୍ୟୁନ୍ ପବ୍ । ଏହି ପବରେ ବାଜୁଥିବା ଗୀତ ଉପରେ ଅଙ୍କୁଶ ଲଗାଇଥିଲେ । ପବରେ ଏଭଳି ଗୀତ ବଜାଇବା ଉପରେ ରୋକ୍ ଲଗାଇଥିଲେ ଦିଲ୍ଲୀ ହାଇକୋର୍ଟ ।