ବାଇକ୍ର ନମ୍ବର ପ୍ଲେଟରେ ବିଜେପି ଦଳର ଚିହ୍ନ ପଦ୍ମକୁ ତିଆରି କରି ଫସିଛନ୍ତି ଉତ୍ତରପ୍ରଦେଶର ପୁଲିସ ସବ୍ ଇନ୍ସପେକ୍ଟର । ସୋସିଆଲ ମିଡିଆରେ ଜଣେ ପୁଲିସକର୍ମୀଙ୍କ ଫଟୋ ଭାଇରାଲ ହେବା ପରେ ପୁଲିସ ଫଟୋକୁ ଯାଞ୍ଚ କରି ପୁଲିସ ସବ୍ ଇନ୍ସପେକ୍ଟର ପରିଚୟ ପାଇ ପାରିଥିଲେ । ଯାହା ପରେ ପୁଲିସ ସବ୍ ଇନ୍ସପେକ୍ଟରଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବାର ଆରୋପ ଲଗାଯାଇ ଏତଲା ରୁଜୁ କରିଥିବା ଜଣାପଡ଼ିଛି । ଏହା ସହ ପୁଲିସ ସବ୍ ଇନ୍ସପେକ୍ଟରଙ୍କ ବାଇକକୁ ମଧ୍ୟ ଜବତ କରାଯାଇଛି ।
ଜିଲ୍ଲା ପୁଲିସ ପ୍ରବକ୍ତା ଆଶିଷ ଦିବେଦୀଙ୍କ କହିବା ଅନୁଯାୟୀ, ଠାକୁରଗଞ୍ଜ ପୁଲିସ ଷ୍ଟେସନରେ ମୁତୟନ ଥିବା ପୁଲିସ ସବ୍ ଇନ୍ସପେକ୍ଟରଙ୍କ ନାଁ ଅବନୀଶ ସିଂହ ବୋଲି ଜଣା ପଡ଼ିଛି । ଏସଏସପି କଳାନିଧି ନୈଥାନୀ ଏହି ମାମଲାକୁ ଗମ୍ଭୀରତାର ସହ ନେବା ସହ ତଦନ୍ତ ଜାରି ରଖିଛନ୍ତି । ପୁଲିସ ସବ୍ ଇନ୍ସପେକ୍ଟର ଅବନୀଶଙ୍କ ବିରୋଧରେ ଧାରା ୧୮୮ଅନୁଯାୟୀ ଏତଲା ରୁଜୁ ହୋଇଛି ।
ସୂଚନା ମୁତାବକ, ନମ୍ବର ପ୍ଲେଟର କୌଣସି ଚିହ୍ନ ରଖିବା ଏକ ଅପରାଧ । କାରଣ ପରିବହନ ନିୟମ ଅନୁଯାୟୀ, ନମ୍ବର ପ୍ଲେଟରେ ନମ୍ବର ବ୍ୟତିତ ଅନ୍ୟ କିଛି ଲେଖାଗଲେ ତାହା ଆଇନ ବିରୁଦ୍ଧ । ଏଭଳି କରିବା ଦ୍ୱାରା ଆରଟିଓ ବା ଏଆର୍ଟିଓ ଗାଡ଼ି ମାଲିକ ବିରୋଧରେ କାର୍ୟ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରି ପାରିବେ । କିନ୍ତୁ ଆଜିକାଲି ଲୋକମାନେ ଏଭଳି ଭୁଲ କରିବାକୁ ପଛାଉ ନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/7a3fd60c-4885-11e9-97eb-07d4212b7ebd.jpg)
/kanak/media/post_attachments/wp-content/uploads/2019/03/police-300x157.jpg)