ଥଟ୍ଟା ପରିହାସ ପଡିଲା ମହଙ୍ଗା: ଲୋକପ୍ରିୟ କପିଲ ଶର୍ମା ଶୋ’ ବିରୋଧରେ ମାମଲା

Advertisment
ଥଟ୍ଟା ପରିହାସ ପଡିଲା ମହଙ୍ଗା: ଲୋକପ୍ରିୟ କପିଲ ଶର୍ମା ଶୋ’ ବିରୋଧରେ ମାମଲା

କନକ ବ୍ୟୁରୋ: ଲୋକପ୍ରିୟ ରିଆଲିଟି ଶୋ’ କପିଲ ଶର୍ମା ସୋ ଏବେ କାଠଗଡାକୁ ଆସିଛି । ଏଥିରେ ନିଜେ ଉପସ୍ଥାପକ କପିଲ ହୁଅନ୍ତୁ ବା ଅତିଥି ଭାବେ ନିମନ୍ତ୍ରିତ ବ୍ୟକ୍ତି ସମସ୍ତେ ବେଶ ଥଟ୍ଟା ମଜା କରନ୍ତି । ଥଟ୍ଟା କରିବା ନିଶାରେ ନେତା , ଅଭିନେତା, ଅଧିକାରୀଙ୍କ ଉପରେ କିଛି ବି କଟାକ୍ଷ କରିବାକୁ ପଛାନ୍ତି ନାହିଁ । ଏହି ଥଟ୍ଟା ପରିହାସ ହିଁ କପିଲଙ୍କୁ ମହଙ୍ଗା ପଡିଛି ।

କଥା ହେଉଛି ଏହି ରିଆଲିଟି ଶୋ’ର ଏକ ଏପିସୋଡରେ କିଛି ଆପତ୍ତିଜନକୁ ଦୃଶ୍ୟ ଦେଖିବାକୁ ମିଳିଥିଲା । ଷ୍ଟେଜ୍ ଉପରେ ଉପସ୍ଥିତ ଅଭିନେତା ଖୁଲମଖୁଲ୍ଲା ମଦ୍ୟପାନ କରିଥିଲେ । ସେମାନେ ପାନ କରୁଥିବା ବୋତଲ ଉପରେ ଲେଖାଥିଲା ‘ସରାବ ପିନା ସ୍ୱାସ୍ଥ୍ୟ କେଲିଏ ହାନିକାରକ ହୈ’ ।ଏହାସହ ଏହି ସୋରେ ଅଭିନେତାମାନେ କାହାରି ବ୍ୟବହାର, ଚାଲିଚଳଣ କିମ୍ବା ପୋଷାକ ପରିଚ୍ଛଦ ଉପରେ କଟାକ୍ଷ କରିବା ଆଦୌ ଶୋଭନୀୟ ନୁହେଁ । ଖାଲି ଏତିକି ନୁହେଁ । ଏହି ସୋ’ରେ ମହିଳାମାନଙ୍କ ପାଇଁ ଅନୁଚିତ ଶବ୍ଦ ବ୍ୟବହାର କରାଯାଉଛି । ତେଣୁ

ଆଦୃତି ପାଇବା ଓ ଲୋକପ୍ରିୟ ହେବା ଅର୍ଥ ନୁହେଁ କାହାରି ଉପରେ କିଛି ବି ଭାଷା ପ୍ରୟୋଗ କରିବା କିମ୍ବା କାହାକୁ ପରିହାସ ରୂପକ ଅନୁକରଣ କରିବା । ଏହି ବିଷୟକୁ ନେଇ କୋର୍ଟରେ ମାମଲା ଦାଏର କରିଛନ୍ତି ମଧ୍ୟପ୍ରଦେଶ ଶିବପୁରୀର ଜନୈକ ଆଇନଜୀବୀ । ଏହି ମାମଲାର ଶୁଣାଣି ଆକ୍ଟୋବର ପହିଲାରେ ହେବ ବୋଲି ସୂଚନା ରହିଛି ।ଅବକାରୀ ଏବଂ ଆଇଟି ଆଇନ ଅନୁଯାୟୀ କପିଲ ଶର୍ମା ଏବଂ ସୋନି ଟିଭି ନିର୍ଦ୍ଦେଶକ ଏମପି ସିଂଙ୍କ ବିରୋଧରେ ଏହି ମାମଲା ରୁଜୁ କରାଯାଇଛି। ରିପୋର୍ଟ ଅନୁଯାୟୀ, ଏହି ମାମଲା ଏକ ଏପିସୋଡରେ ବିରୋଧରେ କରାଯାଇଛି ହୋଇଛି ଯେଉଁଥିରେ ଶୋ'ର କଳାକାରମାନେ କୋର୍ଟ ରୁମ୍ ଦୃଶ୍ୟ ଉପସ୍ଥାପନ କରିବା ସମୟରେ ମଦ୍ୟପାନ କରୁଥିବା ର ଦେଖାଯାଇଥିଲା। ଅଦାଲତକୁ ଅସମ୍ମାନ କରିବା ଅଭିଯୋଗରେ ମାମଲା ଦାଏର ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe