କନକ ବ୍ୟୁରୋ : ବିବାଦ ଘେରରେ ଦୁଲେ ରାପର । ଅଶ୍ଳୀଳ ଗୀତ ଗାଇବାକୁ ନେଇ ଏବେ ବିବାଦ ଘେରରେ ଫସିଛନ୍ତି ଦୁଲେ । ଏହାକୁ ନେଇ ଭବାନୀପାଟଣା ଥାନାରେ ମାମଲା ପରେ , ଭୁଲ ମାନିବା ସହ କ୍ଷମା ମାଗିଛନ୍ତି ଦୁଲେ ରାପର । ଦୁଲେଙ୍କ ଗୋଟିଏ ଗୀତ ଏବେ ବେଶ୍ ଭାଇରାଲ ହେଉଛି । ଏହା ମଧ୍ୟରେ କିଛି ଅପଶବ୍ଦ ବ୍ୟବହାର ହୋଇଥିବା ଦେଖିବାକୁ ମିଳିବା ପରେ ଏହାକୁ ନେଇ ଥାନାରେ ଏତଲା ହୋଇଥିଲା ।
ଏହି ଘଟଣା ନେଇ ଜାଣିବା ପରେ ପଶ୍ଚାତାପ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି ଦୁଲେ ରାପର । ସୋସିଆଲ୍ ମିଡିଆରେ ଦୁଲେଙ୍କ ଅପଶବ୍ଦ ଥିବା ଗୀତ ଭାଇରାଲ ହେବାକୁ ନେଇ ଦୁଲେ କହିଛନ୍ତି , ସାଙ୍ଗସାଥୀରେ ଗୀତ କରିବା ସମୟରେ କେହି ଅପଲୋଡ୍ କରିଦେଇଥିଲେ । ପରେ ଏପରି ସ୍ଥିତି ହୋଇଛି । ପୁରା ଘଟଣା ପାଇଁ ସେ ମର୍ମାହତ ଓ ଦୁଃଖ କରିବା ସହ ଭୁଲ ମାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/uykjyihk.jpg)