କନକ ବ୍ୟୁରୋ : ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତା ଉପରେ ମନ୍ତ୍ରୀ ପୁଅଙ୍କ ଦାଦାଗିରି । ସଂଘବଦ୍ଧ ଭାବେ ଆସି ଜଣେ ଯୁବକଙ୍କୁ ହାଣିଲେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବପ୍ରିୟ ପାତ୍ର । ରାଜନୈତକ ଶତ୍ରୁତାକୁ କେନ୍ଦ୍ରକରି ଘଷିପୁରା ଥାନା ହାତିବନ୍ଧା ନିକଟରେ ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପ୍ରଶାନ୍ତ ସାହୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁସାରେ ଦିନ ୧୨ଟାରୁ ଗୋଟିଏ ଭିତରେ ପ୍ରଶାନ୍ତ କୁମାର ସାହୁ ନାମକ ବ୍ୟକ୍ତି ବେଲବାହାଳିରୁ ଗୁହାଳିଆକୁ ଯାଉଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ପୁଅ ଦେବପ୍ରୀୟ ପାତ୍ର, ଗୁହାଳିଆର ମହରଗ ଜେନା, ମହିଆ ଜେନା, ବୟନ୍ତ ଜେନା, ଟୁକୁଣାର ପ୍ରିୟୁଶ ଦାସ ଏବଂ ଫକିରପୁର ବିଭୂତି ମହାନ୍ତି ପ୍ରମୁଖ ଖଣ୍ଡା, ଭୁଜାଲି ଏବଂ ଲୁହାରଡ ସାହାଯ୍ୟରେ ଆକ୍ରମଣ କରିଥିଲେ । ପ୍ରଥମେ ଅଶ୍ଲିଳ ଭାଷାରେ ଗାଳିଗୁଳଜ କରିବା ପରେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପ୍ରଶାନ୍ତ ସାହୁଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତି କରାଯାଇଛି ।