ମହଙ୍ଗା ପଡିଲା ଜେଲରୁ ଥାଇ ଫୋନ କରିବା । ଲାଲୁ ଯାଦବଙ୍କ ନାଁରେ ଦାୟର ହେଲା ଅଭିଯୋଗ । ଥାନାରେ ଅଭିଯୋଗ କଲେଲ ବିଜେପି ବିଧାୟକ ଲଲନ୍ ପାଶୱାନ

Advertisment
ମହଙ୍ଗା ପଡିଲା ଜେଲରୁ ଥାଇ ଫୋନ କରିବା । ଲାଲୁ ଯାଦବଙ୍କ ନାଁରେ ଦାୟର ହେଲା ଅଭିଯୋଗ । ଥାନାରେ ଅଭିଯୋଗ କଲେଲ ବିଜେପି ବିଧାୟକ ଲଲନ୍ ପାଶୱାନ

କନକ ବ୍ୟୁରୋ : ରାଷ୍ଟ୍ରୀୟ ଜନତାଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ବଢିଲା ଅଡୁଆ । ଜେଲରେ ରହି ବିଜେପି ବିଧାୟକ ଲଲନ୍ ପାଶୱାନଙ୍କୁ ବାଚସ୍ପତି ନିର୍ବାଚନରେ ଭୋଟ ନଦେବାକୁ ପ୍ରବର୍ତ୍ତାଇବା ବିରୋଧରେ ପାଟନା ଥାନାରେ ଅଭିଯୋଗ ହୋଇଛି । ଯେଉଁ ଲଲନ୍ ପାଶୱାନଙ୍କୁ ଫୋନ କରିଥଲେ ସେହି ମାମଲା ଦାୟର କରିଛନ୍ତି । ମାମଲାରେ ଭ୍ରଷ୍ଟାଚାର ଭଳି ଅଭିଯୋଗ ଆଣିଛନ୍ତି ଲଲନ୍ । ଅଭିଯୋଗ ଆସିବା ପରେ ଲାଲୁଙ୍କୁ ରାଞ୍ଚିର ୧ ନମ୍ବର ବଙ୍ଗଳାରୁ ରାଜେନ୍ଦ୍ର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ଜେଲରେ ଥାଇ ବିଜେପି ବିଧାୟକ ଲଲନ୍ ପାଶୱାନଙ୍କୁ ପ୍ରଲୋଭନ ଦେଇଥିବା ମାମଲାରେ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ଅଧ୍ୟକ୍ଷ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ୍‌ରାମ ମାଞ୍ଝୀ କହିଛନ୍ତି କି ‘ମୋତେ କୁହାଗଲା କି ଜେଲରେ ଥାଇ ଲାଲୁ ବିଭିନ୍ନ ଲୋକଙ୍କୁ ଫୋନ କରିଛନ୍ତି ସେ ମୋ ସହିତ ବି କଥା ହେବାକୁ ଚାହୁଁଥିଲେ ହେଲେ ମୁଁ ତାଙ୍କ ସହିତ କଥା ହେଲି ନାହିଁ ।’ ସେ ଆହୁରି କହିଛନ୍ତି କି ଲାଲୁ ଯାଦବଙ୍କର ମନ୍ଦ ଉର୍ଦ୍ଦେଶ୍ୟ ଥିଲା । କହିରଖୁ କି ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦିଙ୍କ ଅଭିଯୋଗ ପରେ ବିହାର ରାଜନୀତି ଏବେ ରଗରମ ରହିଛି । ସୁଶିଲ ମୋଦି ଅଭିଯୋଗ ଆଣିଥିଲେ କି ଜେଲରେ ଥାଇ ଲାଲୁ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ସରକାରକୁ ଅନୈତିକ ଭାବେ ଭାଙ୍ଗିବାକୁ ଯୋଜନା କରୁଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe