କନକ ବ୍ୟୁରୋ: ବେଳକୁ ବେଳେ ରୋଚର ହେଉଛି ମାଲକାନଗିରି କାଲିମେଳା ପଂଚାୟତ ନିର୍ବାଚନ । ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ରିନା କଓାସୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଘଟଣା ନୂଆ ନୂଆ ମୋଡ ନେଉଛି । ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାହାର ଘଟଣାରେ ଗୃହରକ୍ଷୀଙ୍କ ଭୁମିକା ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି । ଗୃହରକ୍ଷୀ ସୁଧିର ସ୍ୱାଇଁଙ୍କ ବିରୋଧରେ ଏତଲା ଦେବା ସହ କାଲିମେଳା ଜୋନ-୨ରେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛି ବିଜେପି । ତେବେ କାହିଁକି ମାଲକାନଗିରି ଜିଲ୍ଲା ସମେତ କାଲିମେଳା ଜୋନ-୨ ଉପରେ ବିଶେଷ ଫୋକସ ରଖିଛନ୍ତି ରାଜନୈତିକ ଦଳ ।
କାଲିମେଳା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ସୁଧିର ସ୍ୱାଇଁ ଜୋନ-୨ ବିଜେପି ପ୍ରାର୍ଥୀ ରିନା କୱାସୀ ଓ ତାଙ୍କ ବାପାଙ୍କୁ ୧୦ ଲକ୍ଷ ଟଙ୍କାର ଲୋଭ ଦେଖାଇ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଇଥିବା ଅଭିଯୋଗ କରିଥିଲେ ରିନାଙ୍କ ଭାଇ ଭିମା କୱାସୀ । ଏନେଇ ଖବର ପ୍ରସାରଣ ପରେ ସୁଧିରଙ୍କ ନାଁରେ କାଲିମେଳା ଥାନାରେ ମାଲକାନଗିରି ବିଜେପି ପକ୍ଷରୁ ଏତଲା ଦିଆଯାଇଛି । ସୁଧିରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ କାଲିମେଳା ଜୋନ-୨ରେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି ହୋଇଛି ।
କାହିଁକି କାଲିମେଳା ଦୁଇ ନମ୍ବର ଜୋନ ଉପରେ ରହିଛି ସବୁ ରାଜନୈତିକ ଦଳର ନଜର । ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୁଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ ମହିଳା ସଂରକ୍ଷିତ ଆସନ ଉପରେ ରହିଛି ସମସ୍ତଙ୍କ ନଜର । ବିଶେଷ କରି କାଲିମେଳା ଜୋନ-୨ରେ ବିଜୁ ସ୍ୱାସ୍ଥ କଲ୍ୟାଣ ଯୋଜନାର ପୋଷ୍ଟର ଗାର୍ଲ ଭାବେ ପରିଚିତ ମମତା ପଡିଆମି ପ୍ରାର୍ଥୀ ହୋଇ ଥିବାରୁ ବିଜେଡି ଏଠାରେ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ ।
୨୦୧୭ ପଂଚାୟତ ନିର୍ବାଚନରେ ବିଜେଡି ଏଠାରେ ପରାଜୟର ମୁହଁ ଦେଖିଥିବା ବେଳେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲା ବିଜେପି । ୧୦ଟି ଆସନରେ ବିଜୟ ଲାଭ କରି ବିଜେରି ଜିଲ୍ଲା ପରିଷଦ ଗଠନ କରିଥିବା ବେଳେ କଂଗ୍ରେସ ୨ଟି ଓ ବିଜେଡି ଗୋଟିଏ ଆସନରେ ସୀମିତ ରହିଥିଲା । ତେବେ ଚଳିତ ନିର୍ବାଚନରେ ବିଜେପି କଂଟାକୁ ହଟେଇ ବହୁ ଚର୍ଚିତ କାଲିମେଳା ଜୋନ-୨ରେ ବିଜେଡି ଆଗରେ ରହିଥିବା ବେଳେ କଂଗ୍ରେସ ଜଣେ ଗ୍ରାଜୁଏଟ ଆଦିବାସୀ ଯୁବତୀ କେଷୀ ମାଡକାମୀକୁ ପ୍ରାର୍ଥୀ କରି ବେଜେପି ସହ ହାତ ମିଶାଇ ଥିବା ଚର୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/8-36.jpg)