କନକ ବ୍ୟୁରୋ: ଅର୍ଚ୍ଚନାର ନାଗଫାଶରେ ବଡ଼ ବଡ଼ ନେତା ଓ ମନ୍ତ୍ରୀ ଫସିଥିବା ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ହଲଚଲ ସୃଷ୍ଟି ହୋଇଛି । ଅନେକ ନେତା ଓ ମନ୍ତ୍ରୀଙ୍କ ସହିତ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ଫଟୋ ଭାଇରାଲ ହେଉଛି । ଏହି ସମୟରେ ଅର୍ଚ୍ଚନା ଦେଇଥିବା ଏକ ଏଫଆଇଆର୍ କନକ ନ୍ୟୁଜ ହାତରେ ଲାଗିଛି । ଏହି ଏଫଆଇଆରରେ ଅର୍ଚ୍ଚନା ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନାଁରେ ବଡ଼ ଅଭିଯୋଗ ଆଣିଛନ୍ତି । ଏହି ଏଫଆଇଆରଟି ହେଉଛି ୨୦୨୦ ମସିହାର । ଏଫଆଇଆରରେ ଲେଖାଯାଇଛି, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ କୁଆଡ଼େ ଅର୍ଚ୍ଚନାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ରାଜନୈତିକ କ୍ୟାରିୟର ବନାଇଦେବା କହି ତାଙ୍କ ସହ ସମ୍ପର୍କ ସ୍ଥାପନ କରିବା ପାଇଁ କହିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ରକ୍ଷା କରିନଥିଲେ କେଭି ସିଂହଦେଓ ବୋଲି ଅଭିଯୋଗ କରିଛନ୍ତି ଅର୍ଚ୍ଚନା । ତା ସହିତ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖାଇ ତାଙ୍କୁ ବ୍ଲାକମେଲିଂ କରାଯାଉଥିବା ଲେଖିଛନ୍ତି ଅର୍ଚ୍ଚନା ।
- ଅର୍ଚ୍ଚନା ‘ନାଗଫାଶ’ରେ ବଡ଼ ବଡ଼ ନେତା?
- କନକ ବର୍ଦ୍ଧନଙ୍କ ବିରୋଧରେ ବି ଥାନାରେ କରିଥିଲେ ଅଭିଯୋଗ
- କନକ ନ୍ୟୁଜ ହାତରେ ଏଫଆଇଆର୍ କପି
ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କାର ଡିଲ କରୁଥିବା ଅର୍ଚ୍ଚନା ନାଗଙ୍କ କଳା କାରନାମାର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି । ଏହାରି ଭିତରେ କନକ ନ୍ୟୁଜ ହାତରେ ଲାଗିଛି ୨୦୨୦ର ଏକ ଏଫଆଇଆର୍ କପି । ଯାହା ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ କରିଥିଲେ ଅର୍ଚ୍ଚନା । ଏଥିରେ ସେ ସାଂଘାତିକ ଅଭିଯୋଗ ଆଣିଥିଲେ ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କ ବିରୋଧରେ । କେଭିଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଆଣିଥିଲେ, ତାହା ଆଶ୍ଚର୍ଯ୍ୟ କରିଦେବା ଭଳି । ଏଫଆଇଆରରେ ଅର୍ଚ୍ଚନା ଲେଖିଥିଲେ...
- ପ୍ରଲୋଭନ ଦେଖାଇ ତାଙ୍କ ସହ ସଂପର୍କ ରଖିବାକୁ କହିଥିଲେ କେଭି
- ରାଜନୈତିକ କ୍ୟାରିୟର ପାଇଁ ଦିଆଯାଇଥିଲା ପ୍ରଲୋଭନ
- ନିର୍ବାଚନରେ ଦଳୀୟ ଟିକେଟ ପାଇଁ ଦିଆଯାଇଥିଲା ପ୍ରତିଶ୍ରୁତି
- ପରବର୍ତ୍ତୀ ସମୟରେ ପ୍ରତିଶ୍ରୁତି ରଖିନଥିଲେ କେଭି
- ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖାଇ ତାଙ୍କୁ ବ୍ଲାକମେଲିଂ କରାଯାଉଛି
- ତାଙ୍କ ଘରକୁ ଗୁଣ୍ଡା ପଠାଇ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଛି
- ତାଙ୍କୁ ଓ ତାଙ୍କ ପରିବାରକୁ ପୁଲିସ ସୁରକ୍ଷା ଦେବା ପାଇଁ ନିବେଦନ
କନକ ବର୍ଦ୍ଧନ ସିଂଦେଓଙ୍କ ଭଳି ରାଜ୍ୟର ଜଣେ ପ୍ରତିଷ୍ଠିତ ନେତାଙ୍କ ବିରୋଧରେ ଥାନାରେ ଅର୍ଚ୍ଚନାଙ୍କ ଏପରି ଅଭିଯୋଗ, ପୂରା ଘଟଣାକୁ ଆହୁରି ରହସ୍ୟ ଭିତରକୁ ଟାଣି ନେଇଛି । ଏ ନେଇ କେଭିଙ୍କ ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ଏକଥା ମଧ୍ୟ ସତ ଯେ ୨୦୨୦ ମସିହାର ଏହି ଅଭିଯୋଗ ସେତେବେଳେ ଚାପି ଦିଆଯାଇଥିଲା । କ୍ୟାପିଟାଲ୍ ଥାନା ପୁଲିସ, ଏ ନେଇ କ’ଣ ତଦନ୍ତ କଲା, ମାମଲା ଆଗକୁ ବଢ଼ିଲା ନା ଚାପି ଦିଆଗଲା । ଏ ଖବର କାହା ପାଖରେ ନାହିଁ ।
- ଗଡୁଛି ଦିନ, ବଢୁଛି ରହସ୍ୟ
- ବ୍ଲାକମେଲିଂ ଟଙ୍କାରେ କଂପାନୀ ଗଢ଼ିଥିଲେ ଅର୍ଚ୍ଚନା
ବଡ଼ ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କାର ମାଲିକ ବନିଥିବା ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ନାଗ ଦୁଇ ବର୍ଷରେ ଗଢ଼ିଥିଲେ ଦୁଇଟି କମ୍ପାନୀ । ନିଜ ଅୟସ ଓ କଳାକାମାକୁ ଆହୁରି ଆଗକୁ ନେବା ପାଇଁ ଘାରିଥିଲା ହୋଟେଲ କରିବା ନିଶା । ହୋଟେଲ ସହ ରେଷ୍ଟ୍ରୁରାଣ୍ଟ ତିଆରି କରିବାକୁ ଯୋଜନା କରିଥିଲେ ଅର୍ଚ୍ଚନା ।
- ୨୦୨୨ ଜୁନରେ ଗଢ଼ିଥିଲେ ‘ଗୋଲ୍ଡେନ୍ ଇମ୍ପ୍ରେସ ପ୍ରାଇଭେଟ ଲିମିଟେଡ୍’
- ୨୦୨୧ ଜାନୁଆରୀରେ ଗଢ଼ିଥିଲେ ‘ଆଦିତ୍ୟ ପ୍ରେଷ୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍’
- ‘ଆଦିତ୍ୟ ଭିଲ୍ଲା ପ୍ରଡକ୍ସନ ହାଉସ୍’ ନାମରେ ପ୍ରଡକ୍ସନ କଂପାନୀ ମଧ୍ୟ ଚଳାଉଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ
ଏପଟେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ସହ ଆହୁରି ଅନେକ ରାଜନେତା, ସରକାରୀ ଅଧିକାରୀଙ୍କ ଫଟୋ ସାମନାକୁ ଆସିଛି । ସେଥିରେ ରହିଛନ୍ତି ରେମୁଣାର ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ରେଳବାଇ ଓ ପୁଲିସ ଅଧିକାରୀଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/W3Q.jpg)