କେବିସିରେ ପଚାରାଯାଇଥିବା ପ୍ରଶ୍ନକୁ ନେଇ ଅମିତାଭ ବଚ୍ଚନଙ୍କ ନାମରେ ମାମଲା । ପ୍ରଶ୍ନ ଆଳରେ ହିନ୍ଦୁଧର୍ମ ଗ୍ରନ୍ଥ ଉପରେ କରାଯାଉଛି ଆକ୍ରମଣ

206

କନକ ବ୍ୟୁରୋ : ମହାନାୟକ ଅମିତାଭ ବଚ୍ଚନଙ୍କ ନାମରେ ମାମଲା ରୁଜୁ କଲେ ବିଜେପି ବିଧାୟକ । ସୂଚନା ମୁତାବକ ବିଜେପି ବିଧାୟକ ଅଭିମନ୍ୟୁ ପାୱାର ଅମିତା ବଚ୍ଚନଙ୍କ ନାମରେ ମାମଲା କରିଛନ୍ତି । ଶ୍ରୀ ପାୱାର ଅଭିଯୋଗ କରିଛନ୍ତି କି କେବିସିରେ ଅମିତାଭ ବଚ୍ଚନ ଯେଭଳି ପ୍ରଶ୍ନ ପଚାରୁଛନ୍ତି ତାହା ଦ୍ୱାରା ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ପହଂଚାଉଛି ।
ସେ ମହାରାଷ୍ଟ୍ରର ଲାଟୁର ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ସୋନୀ ଟିଭିରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ କେ.ବି.ସି ରେ ଅମିତାଭ ବଚ୍ଚନଙ୍କ ଗୋଟିଏ ପ୍ରଶ୍ନ ତାଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ୧୯୯୭ ମସିହା ଡିସେମ୍ବର ୨୫ ତାରିଖରେ ଏହି କାର୍ଯ୍ୟକ୍ରମରେ ଅମିତାଭ ପ୍ରଶ୍ନ କରିଥିଲେ କି ଭୀମରାଓ ଆମ୍ବେଦକର ଓ ତାଙ୍କ ସମର୍ଥକ ଏଥି ମଧ୍ୟରୁ କେଉଁ ଧର୍ମଗ୍ରନ୍ଥକୁ ଜଳାଇଥିଲେ । ଏହାର ବିକଳ୍ପରେ ଦିଆଯାଇଥିଲା ବିଷ୍ଣୁ ପୁରାଣ, ଶ୍ରୀମଦ ଭାଗବତ ଗୀତା, ରୁକବେଦ ଓ ମନୁସ୍ମୃତି ।
ଅଭିମନ୍ୟୁ ପାୱାରଙ୍କର ଅଭିଯୋଗ ଯେ ଏହି ୪ ଟି ଯାକ ଗ୍ରନ୍ଥ ହିନ୍ଦୁ ଧର୍ମ ସହିତ ଜଡିତ । ତାଙ୍କ କହିବା କଥା ଯେ ଯଦି ଏଭଳି ପ୍ରଶ୍ନ ପଚରା ଯାଉଥିଲା ତେବେ ଏହି ୪ ଟି ବିକଳ୍ପରେ ଅନ୍ୟଧର୍ମର ଗ୍ରନ୍ଥର ନାମ ବି ରଖାଯାଇ ପାରିଥା’ନ୍ତା କେବଳ ହିନ୍ଦୁ ଧର୍ମର ଗ୍ରନ୍ଥକୁ କାହିଁକି ବିକଳ୍ପ ଭାବେ ନିଆଗଲା । ସେ ଆହୁରି କହିଛନ୍ତି କି ଏଭଳି ପ୍ରଶ୍ନ କରି ଅମିତାଭ ବଚ୍ଚନ ହିନ୍ଦୁ ଧର୍ମଗ୍ରନ୍ଥର ଅପମାନ କରିଛନ୍ତି । ହିନ୍ଦୁ ଓ ବୌଦ୍ଧ ଧର୍ମ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଅମିତାଭ ବଚ୍ଚନ ଓ ସୋନି ଟିଭି ଉଦ୍ୟମ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତିି ।