ଗ୍ଲୋବାଲ ହେପିନେସ ରିପୋର୍ଟ ୨୦୨୩ ଜାରି : ଲଗାତାର ଷଷ୍ଠ ଥର ପାଇଁ ବିଶ୍ୱର ସୁଖୀ ଦେଶ ତାଲିକାର ଶୀର୍ଷରେ ଫିନଲାଣ୍ଡ

281

କନକ ବ୍ୟୁରୋ : ଗ୍ଲୋବାଲ ହେପିନେସ ୨୦୨୩ ଜାରି ହୋଇଛି । ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ତାଲିକାର ଶୀର୍ଷରେ ଷଷ୍ଠ ଥର ପାଇଁ ଫିନଲାଣ୍ଡ ରହିଛି । ତେବେ ୟୁଏନ ସସଟେନବୁଲ ଡେଭଲପମେଣ୍ଟ ସଲ୍ୟୁସନ ନେଟୱାର୍କ ପକ୍ଷରୁ ଜାରି ଏହି ରିପୋର୍ଟ ଏସିଆ ପାଇଁ ନୈରାଶଜନକ । କାରଣ ଶୀର୍ଷ ୨୦ ସୁଖୀ ରାଷ୍ଟ୍ର ବା ଟପ ଟ୍ୱେଣ୍ଟିରେ ଏସିଆର କୌଣସି ଦେଶ ସ୍ଥାନ ପାଇ ନାହାନ୍ତି । ଲୋକଙ୍କ ଜୀବନଶୈଳୀ, ଦେଶର ଜିଡିପି, କମ ଦୁର୍ନୀତି, ଆୟ, ସ୍ୱାସ୍ଥ୍ୟ, ଶିକ୍ଷା, ପରସ୍ପର ପ୍ରତି ଉଦାରତା ଓ ପରସ୍ପର ପ୍ରତି ଭଲ ପାଇବା ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି ।

ତାଲିକାର ଶୀର୍ଷରେ ଥିବା ଫିନଲାଣ୍ଡ ଥିଲା ବେଳେ ଦ୍ୱିତୀୟରେ ଡେନମାର୍କ, ତୃତୀୟରେ ଆଇସଲାଣ୍ଡ, ଚତୁର୍ଥରେ ଇଜ୍ରାଇଲ ଓ ପଞ୍ଚମ ସ୍ଥାନରେ ରହିଛି ନେଦରଲାଣ୍ଡ । ବିଶ୍ୱର ସୁଖୀ ରାଷ୍ଟ୍ର ତାଲିକାର ଷଷ୍ଠ ସ୍ଥାନରେ ସ୍ୱିଡେନ, ୭ ନମ୍ବର ସ୍ଥାନରେ ନରୱେ, ୮ ନମ୍ବରରେ ସ୍ୱିଜରଲାଣ୍ଡ, ୯ ନମ୍ବର ରେ ଲକଜମବର୍ଗ ଓ ୧୦ ନମ୍ବର ସୁଖୀ ଦେଶ ଭାବେ ତାଲିକାରେ ସ୍ଥାନ ପାଇଛି ନ୍ୟୁଜିଲାଣ୍ଡ । ତେବେ ଏହି ତାଲିକାରେ ଭାରତ ୧୨୫ତମ ସ୍ଥାନରେ ରହିଛି । ତେବେ ସୁଖୀ ରାଷ୍ଟ୍ର ତାଲିକାରେ ପଡୋଶୀ, ବାଂଲାଦେଶ, ନେପାଳ, ଚୀନ ଓ ଶ୍ରୀଲଙ୍କା ଠାରୁ ଭାରତ ପଛରେ ପଡିଯାଇଛି ।