କନକ ବ୍ୟୁରୋ: ମିଶୁନି ଫିିଙ୍ଗର ପ୍ରିଣ୍ଟ । ତିନି ମାସ ଧରି ମିଳୁନି ବୃଦ୍ଧାଙ୍କୁ ପେନସନ । ପେନସନ ପାଇଁ ଯାଇ ଥରେ ଗୋଡ଼ ବି ଭାଙ୍ଗିଲା ହେଲେ ପଡୁନି ପ୍ରଶାସନର ନଜର । ପରିଣତ ବୟସରେ ଭଙ୍ଗାଗୋଡ଼ରେ ଚାଲି ଚାଲି ପେନସନ ପାଇଁ ହଟହଟା ହେଉଛନ୍ତି ବୃଦ୍ଧା ଜଣକ । ନବରଙ୍ଗପୁର ଝରିଗାଁ ବ୍ଲକ ବଣୁଆଗୁଡାର ସୂର୍ଯ୍ୟ ହରିଜନ । ଚାଲିବା ଲାଗି ଶକ୍ତି ନାହିଁ, କି ଜୋରରେ କଥା ବି ପାଟିରୁ ବାହାରୁ ନାହିଁ । ଖାଲି ପାଦରେ ଏକୁଟିଆ ଗୋଟିଏ ଚୌକି ଭରସାରେ ଚାଲିଚାଲି ଯାଉଛନ୍ତି ତ ପେନସନ୍ ପାଇଁ ।

Advertisment

ପେନସନ ପାଇଁ ଯାଇ ଗୋଡ଼ ହରେଇଲା ହେଲେ ମିଳିଲା ନାହିଁ ପେନସନ । ଯେଉଁଠିକୁ ଗଲେ ଆଙ୍ଗୁଠି ମିଶୁନଥିବା କହି ଫେରେଇ ଦେଲେ । ପରିଣତ ବୟସରେ ମାସ ଶେଷରେ ମିଳୁଥିବା ସରକାରୀ ପେନସନ ଟିକକ ପାଇଁ ଘୁରିବୁଲୁଛନ୍ତି ବୃଦ୍ଧା । ବଡ ପୁଅ ଦାଦନ ଖଟିବାକୁ ଯାଇଥିବା ବେଳେ ସାନପୁଅ ଯାହା ମଜୁରୀ କରି ଆଣେ ଚଳୁଛି ପରିବାର । ପେନସନ ପାଇଁ ବିଭିନ୍ନ ସ୍ଥାନରେ ଘୁରିବୁଲୁଛନ୍ତ ସୂର୍ଯ୍ୟ । ପ୍ରଶାସନ ଦୃଷ୍ଟି ଦେବା ସହିତ ସହଯୋଗ କରାଯିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି ।