ମୋତ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ: ଯେତେ କଟକଣା ହେଲେ ବି ମାନୁନାହାନ୍ତି ଅମାନିଆ; ମାସ୍କ ନପିନ୍ଧି ବାହାରେ ବୁଲୁଥିବା ୪୦ ଜଣଙ୍କଠାରୁ ୮ ହଜାର ଟଙ୍କା ଆଦାୟ କଲା ପୁଲିସ୍

689

କନକ ବ୍ୟୁରୋ:  ମାସ୍କ ନପିନ୍ଧି, ଗଣିଲେ ତଣ୍ଡ । ମାସ୍କ ନ ପିନ୍ଧି ବାହାରକୁ ବାହାରିଥିବା କାରଣରୁ ୪୦ ଜଣ ବ୍ୟକ୍ତିଙ୍କୁ ଦେବାକୁ ପଡିଛି ଜରିମାନା ।  ତେବେ ଉତ୍ତର ଭୁବନେଶ୍ୱର ଅଂଚଳରୁ ଏହି ସମସ୍ତ ଉଲ୍ଲଂଖନକାରୀଙ୍କଠାରୁ ୮ ହଜାର ଟଙ୍କା ଜରିମାନା ଆଦାୟ କରିଛି କମିଶନରେଟ୍ ପୁଲିସ୍ ।  ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟ ।  କରୋନା ମୁକାବିଲା ପାଇଁ ରାଜ୍ୟବ୍ୟାପୀ ତାଲାବନ୍ଦ କଟକଣା କଡାକଡି କରାଯିବା ସହ  ଆବଶ୍ୟକ ନପଡିଲେ ଘରୁ ନବାରିବାକୁ ପରାମର୍ଶ ଦିଆଯାଇଛି ।

ଏପରିକି ଯଦି କୌଣସି ବ୍ୟକ୍ତି ମାସ୍କ ନପିନ୍ଧି ବାହାରକୁ ବାହାରିଥିବାର ନଜରକୁ ଆସନ୍ତି ତେବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଏସବୁକୁ ଶୁଣୁନାହାନ୍ତି ଅମାନିଆ । ଯେତେ କଟକଣା ହେଲେ ବି ଅମାନିଆଙ୍କୁ ଫରକ ପଡ଼ୁନି । ସବୁ କାଇଦା କଟକଣାକୁ ଫୁ’ କରି ବିନା ମାସ୍କରେ ବାହାରେ ବୁଲୁଛନ୍ତି ଲୋକେ । ଆଉ ମାସ୍କ ପିନ୍ଧି ନଥିବା ଏଭଳି ୪୦ ଜଣଙ୍କଠାରୁ ଧରି ସେମାନଙ୍କଠାରୁ ୮ ହଜାର ଟଙ୍କାର ଫାଇନ ଆଦାୟ କରିଛି ପୁଲିସ୍ ।