କନକ ବ୍ୟୁରୋ: ରାଉରକେଲାରେ ଜୋରଦାର ହୋଇଛି ବୁଲେଟ୍ ଧରପଗଡ । ବିକଟାଳ ଶବ୍ଦ କରି ଆସୁଥିବା ବୁଲେଟ୍ ଆରୋହିଙ୍କୁ ବିଭିନ୍ନ ସ୍ଥାନରେ ଅଟକାଉଛି ଟ୍ରାଫିକ ପୁଲିସ । ଆଉ ସେହିଠାରେ ହିଁ ମୋବାଇଲ ଗ୍ୟାରେଜ ଖୋଲାଯାଇଛି । ଗାଡିର ସାଇଲେନ୍ସର ବଦଳାଇବାକୁ କୁହାଯାଉଛି । ଯେଉଁମାନେ ବଦଳାଉଛନ୍ତି ସେମାନଙ୍କୁ ବୁଝାଇ ଛାଡି ଦେଉଥିବା ବେଳେ ଯେଉଁମାନେ ଅମାନିଆ ହେଉଛନ୍ତି ସେମାନଙ୍କୁ ମୋଟା ଅଙ୍କର ଜରିମାନା କରୁଛି ପରିବହନ ବିଭାଗ ଓ ପୁଲିସ ।