ରେଳଧାରଣା ଉପରେ ବା ଟ୍ରେନ ଉପରେ ଚଢି ଦୁଃସାହସିକ ସେଲ୍ଫି ଉଠାଇବା ଏବେ ଯୁବପୀଢିଙ୍କ ପାଇଁ ଏକ ନିଶାରେ ପରିଣତ ହୋଇଗଲାଣି । ଗତ କିଛି ବର୍ଷ ମଧ୍ୟରେ ଏଭଳି ସେଲ୍ଫି ଉଠାଇବାକୁ ଯାଇ ବହୁ ଲୋକଙ୍କର ଜୀବନ ମଧ୍ୟ ଗଲାଣି । କିନ୍ତୁ ତଥାପି ଲୋକେ ସଚେତନ ହେଉନାହାନ୍ତି । ତେଣୁ ଏହା ଉପରେ ରୋକ ଲଗାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଚେତନତା ଆରମ୍ଭ କରାଯାଇଛି । ଏହା ସହ ଟ୍ରେନ ଉପରେ କିମ୍ବା ରେଳଧାରଣା ନିକଟରେ ସେଲଫି ନେଉଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରେଲବାଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ସେଲଫି ଜନିତ ବିପଦକୁ ଏଡାଇବା ପାଇଁ ରେଲଧାରଣା, ଟ୍ରେନ ଭିତରେ ଅନ୍ୟ ଯାତ୍ରୀମାନେ ଯେପରି ଏ ନେଇ ସଚେତନ ହେବେ ସେଥିପାଇଁ ବିଭିନ୍ନ ଷ୍ଟେସନରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଯାଇଛି ।ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ବହୁ ଯୁବକମାନେ ରେଳଧାରଣା ଉପରେ ଚଳନ୍ତା ଟ୍ରେନ ଆଗରେ ସେଲଫି ଉଠାଉଥିବାବେଳେ ଟ୍ରେନଗାର୍ଡଙ୍କ ବାରମ୍ବାର ତାଗିତ୍ ସତ୍ୱେ ବି କଥା ମାନୁନଥିବା ଅଭିଯୋଗ ରହିଛି ।
ସେହିପରି ରେଳଧାରଣା ଉପରେ ଥିବା ବିଦ୍ୟୁତ ତାରରେ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ପ୍ରବାହ ହେଉଥିବା ବେଳେ ଏହା ଟ୍ରେନର ଛାତଠାରୁ କମ ଉଚ୍ଚତାରେ ଥାଏ । ତେବେ ଯେଉଁମାନେ ଟ୍ରେନ ଉପରେ ବା ଇଂଜିନ ଉପରେ ଚଢି ସେଲ୍ଫି ଉଠାଉଛନ୍ତି ସେମାନେ ଏହି ତାର ସଂସ୍ପର୍ଶରେ ଆସି ଅକାଳରେ ମୃତ୍ୟୁବରଣ କରୁଥିବା ମଧ୍ୟ ନଜୀର ରହିଛି । ତେଣୁ ଏହି ସବୁ ଦୁର୍ଘଟଣାକୁ ଦୃଷ୍ଟରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/TRAIN_00000.png)
/kanak/media/post_attachments/wp-content/uploads/2019/09/train-300x169.jpg)
/kanak/media/post_attachments/wp-content/uploads/2019/09/youngman_injured_while_taking_selfie_on_top_of_train_4543749_835x547-m-300x197.jpg)