ବିଏମସିର ନୂଆ ନିୟମ । ଏଣିକି ଖୋଲାରେ ମଳତ୍ୟାଗ କଲେ ଗଣିବାକୁ ପଡିବ ଜରିମାନା ।

675

କନକ ବ୍ୟୁରୋ : ସ୍ମାର୍ଟସିଟିବାସୀଙ୍କ ପାଇଁ ନୂଆ ନିୟମ । ରାଜଧାନୀ ଭୁବନେଶ୍ୱରରେ ଏଣିକି ଖୋଲାରେ ପରିସ୍ରା କିମ୍ବା ମଳତ୍ୟାଗ୍ କଲେ ତ୍ରାହି ନାହିଁ । ଏଣିକି ଖୋଲାରେ ମଳତ୍ୟାଗ କିମ୍ବା ପରିସ୍ରା କଲେ ଜରିମାନା ଗଣିବାକୁ ପଡିବ । ଏନେଇ ନୋଟିସ ଜାରି କରିଛି ବିଏମସି ।

ଯଦି ରାଜଧାନୀର କୌଣସି ଖୋଲା ସ୍ଥାନରେ ପରିସ୍ରା କରନ୍ତି ତେବେ ୧୫୦ ଟଙ୍କା ଓ ମଳତ୍ୟାଗ କଲେ ୨୦୦ ଟଙ୍କାର ଜରିମାନା ଆଦାୟ କରିବ ବିଏମସି । ସ୍ମାର୍ଟସିଟିର ସ୍ମାର୍ଟ ବାସିନ୍ଦାଙ୍କୁ ଅନେକ ସମୟରେ ଖୋଲାରେ ଶୌଚ କରୁଥିବାର ଦେଖିବାକୁ ମିଳିଥାଏ । ରାସ୍ତାରେ ଥିବା କାନ୍ଥ କଡ, ଓଭରବ୍ରିଜ ତଳେ ଏମିତି ଅନେକ ସ୍ଥାନରେ ଲୋକ ଶୌଚ ହେବାକୁ କୁଣ୍ଠାବୋଧ କରନ୍ତି ନାହିଁ । ଯାହା ରାଜଧାନୀର ସୌନ୍ଦର୍ଯ୍ୟକରଣକୁ ନଷ୍ଟ କରୁଥିଲା । କିନ୍ତୁ ଏବେ ବାହାରେ ଆଉ ଶୌଚ କଲେ ନିସ୍ତାର ମିଳିବ ନାହିଁ ।

ପୂରା ଦେଶରେ ଏକ ନମ୍ବର ସ୍ମାର୍ଟସିଟିର ମାନ୍ୟତା ପାଇଥିବା ଭୁବନେଶ୍ୱରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ବିଏମସି ଏଭଳି ପ୍ରୟାସ ଆରମ୍ଭ କରିଛି । ଯାହାକୁ ଲୋକମାନେ ବେଶ ପସନ୍ଦ କରିଛନ୍ତି । ତେବେ ଏହି ନିୟମ ଲାଗୁ କରିବା ସହ ଲୋକଙ୍କ ପାଇଁ ରାସ୍ତା କଡରେ ମୋବାଇଲ ଟଏଲେଟ ରଖିବାକୁ ମଧ୍ୟ ସାଧାରଣରେ ଦାବି ହୋଇଛି ।