କନକ ବ୍ୟୁରୋ : ୨୦୨୨-୨୩ ବଜେଟ୍ । ଚଳିତ ବଜେଟରେ ବିଭିନ୍ନ ନୂଆ ଯୋଜନା ରହିଛି । ପିଏମ୍ ଗତି ଶକ୍ତି ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି । ୮ଟି ନୂଆ ରୋପୱେ ତିଆରି ହେବ । ୨୦୨୨-୨୩ରେ ୮୦ ଲକ୍ଷ ଘର ଯୋଗାଇବା ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୪୮ ହଜାର କୋଟି ବ୍ୟୟ ଅଟକଳ କରାଯାଇଛି । ‘ହର ଘର ନଳ’ ଯୋଜନାରେ ୬୦ ହଜାର କୋଟି ଖର୍ଚ୍ଚ ହେବ । ଏହି ଯୋଜନାରେ ୫ କୋଟି ୫୦ ଲକ୍ଷ ଘରକୁ ସୁବିଧା ମିଳିବ ।

Advertisment

ଡାକ ଘରେ କୋର ବ୍ୟାଙ୍କିଂ ସେବା । ଡାକଘରେ ମଧ୍ୟ ଏଟିଏମ୍ ସୁବିଧା ମିଳିବ । ୨୦୨୨ରେ ଦେଶରେ ୫ଜି ସେବା ଆରମ୍ଭ ହେବ । ଗାଁରେ ମିଳିବ ବ୍ରଡବ୍ୟାଣ୍ଡ ସେବା ମିଳିବ । ମହିଳା ଓ ଶିଶୁଙ୍କ ପାଇଁ ପୋଷଣ ୨.୦ ଯୋଜନା । ବିଦ୍ୟୁତ ଚାଳିତ ବାହନ ପାଇଁ ଚାର୍ଜିଂ ଷ୍ଟେସନ୍ ବ୍ୟବସ୍ଥା ରହିବ । ୨୦୨୨-୨୩ରେ ଡିଜିଟାଲ କରେନ୍ସିଂ ଆରବିଆଇ ଲଞ୍ଚ କରିବ ।

ବଜେଟ୍ ୫ ନୂଆ କଥା : -

ଦେଢ ଲକ୍ଷ ପୋଷ୍ଟ ଅଫିସରେ ଖୋଲିବ ଏଟିଏମ
ସ୍କୁଲର ସବୁ କ୍ଲାସ ରୁମରେ ଲାଗିବ ଟିଭି
ଆରମ୍ଭ ହେବ ଇ-ପାସପୋର୍ଟ, ରହିବ ଚିପ୍
ଚଳିତ ବର୍ଷରୁ ଆରମ୍ଭ ହେବ ଫାଇଭ୍-ଜି ସେବା
ଆରବିଆଇ ଆଣିବ ଡିଜିଟାଲ କରେନ୍ସି

କେଉଁ ଯୋଜନାକୁ କେତେ ?

ଭିତ୍ତିଭୂମିର ବିକାଶ - ୨୦ ହଜାର କୋଟି
ନୂଆ ନିଯୁକ୍ତି - ୬୦ ଲକ୍ଷ
୫ ନଦୀ ସଂଯୋଗୀକରଣ - ୪୪ ହଜାର ୬୦୫ କୋଟି
କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ - ୬ ହଜାର କୋଟି
ଗରିବଙ୍କୁ ଘର - ୨୦୨୨-୨୩ରେ ୮୦ ଲକ୍ଷ