କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ କିିଣିଲେ ପୋଡୁଛି ପକେଟ୍ । ଦେଶର ତେଲ ଚାହିଦା ପାଇଁ ମୁଖ୍ୟତଃ ବିଦେଶୀ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଥିବାରୁ କିଛିଦିନ ହେଲା ନିୟମିତ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ । ବିଶ୍ୱ ବଜାରରେ ଅଶୋଧିତ ତୈଳମୂଲ୍ୟ ବୃଦ୍ଧିର ସିଧାସିଧା ପ୍ରଭାବ ଭାରତୀୟ ଖୁଚୁରା ବଜାର ଉପରେ ପଡୁଛି ।
ଯଦିଓ କ୍ରମାଗତ ୪ ଦିନ ବଢିବା ପରେ ଆଜି ତେଲଦର ସ୍ଥିର ରହିଛି, ତଥାପି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୧୦୬ ଟଙ୍କା ୭୭ ପଇସା ରହିଥିବାବେଳେ ଡିଜେଲ ଲିଟର ପିଛା ୧୦୩ ଟଙ୍କା ୧୫ ପଇସାରେ ବିକ୍ରି ହେଉଛି । ତେବେ ତୈଲର ମୂଳ ଦର ଅପେକ୍ଷା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ଅଧିକ ରହୁଥିବାରୁ ବଢୁଛି ତେଲଦର । ନଜର ପକାନ୍ତୁ ପେଟ୍ରୋଲ ଓ ଡିଜେଲ ଉପରେ କେତେ ରହିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ଏବଂ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟିରେ ସଂଶୋଧନ କରିବା ପରେ କିଭଳି ତେଲ ଦରକୁ ମହଙ୍ଗା କରୁଛି ।
ଭୁବନେଶ୍ୱରରେ ପେଟ୍ରୋଲ ଦର
ମୌଳିକ ମୂଲ୍ୟ - ୩୭.୪୨ ଟଙ୍କା
କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି - ୩୧. ୮୩ ଟଙ୍କା
୩୨% ହିସାବରେ ରାଜ୍ୟ ସରକାରଙ୍କ ଭାଟ- ୩୪.୧୬ ଟଙ୍କା
ଡିଲର କମିଶନ - ୩.୩୬ ଟଙ୍କା
ଲିଟର ପିଛା ଗ୍ରାହକ ଗଣୁଛି - ୧୦୬ ଟଙ୍କା ୭୭ ପଇସା
ଭୁବନେଶ୍ୱରରେ ଡିଜେଲ ଦର
ମୌଳିକ ମୂଲ୍ୟ - ୪୦.୨୩ ଟଙ୍କା
କେନ୍ଦ୍ରୀୟ ଏକସାଇଜ୍ ଡ୍ୟୁଟି - ୩୧.୮୩ ଟଙ୍କା
୨୮% ହିସାବରେ ରାଜ୍ୟର ଭାଟ - ୨୮.୮୮ ଟଙ୍କା
ଡିଲର କମିଶନ ୨.୨୧ ଟଙ୍କା
ଏହିପରି ଲିଟର ପିଛା ଗ୍ରାହକ ଗଣୁଛି ମୋଟ୍ ୧୦୩ ଟଙ୍କା ୧୫ ପଇସା
ଏକସାଇଜ୍ ଡ୍ୟୁଟିରେ ସଂଶୋଧନ
ପେଟ୍ରୋଲ
ବେସିକ ଏକସାଇଜ ଟିକସ ୧.୪୮ ଟଙ୍କା, ପୂର୍ବରୁ ଥିଲା ୨.୯୮ ଟଙ୍କା
ଅତିରିକ୍ତ ଏକସାଇଜ ଟିକସ ୧୧.୦୦ଟଙ୍କା, ପୂର୍ବରୁ ଥିଲା ୧୨.୦୦ ଟଙ୍କା
ରୋଡ୍ ସେସ୍ ୧୮.୦୦ ଟଙ୍କା
ନୂତନ କୃଷି ସେସ୍ ୨.୫୦ଟଙ୍କା
ଏକସାଇଜ୍ ଡ୍ୟୁଟିରେ ସଂଶୋଧନ
ଡିଜେଲ
ବେସିକ ଏକସାଇଜ ଟିକସ ୧.୮୩ ଟଙ୍କା, ପୂର୍ବରୁ ଥିଲା ୪.୮୩ ଟଙ୍କା
ଅତିରିକ୍ତ ଏକସାଇଜ ଟିକସ ୮.୦୦ଟଙ୍କା, ପୂର୍ବରୁ ଥିଲା ୯.୦୦ ଟଙ୍କା
ରୋଡ୍ ସେସ୍ ୧୮.୦୦ ଟଙ୍କା
ନୂତନ କୃଷି ସେସ୍ ୪.୦୦ଟଙ୍କା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/22-20.jpg)