ସ୍ମାର୍ଟଫୋନରେ ହାଇଡ ହୋଇଥିବା ଆପ ଓ ଫୋଲ୍ଡରକୁ ସହଜରେ ଦେଖିପାରିବେ! : କେବଳ ଏହି ୫ଟି ଷ୍ଟେପ ଉପରେ ଧ୍ୟାନ ଦେବାକୁ ପଡିବ

38

ଆପଣ ଆନେକ ଥର ଦେଖିଥିବେ କି କିଛି ଲୋକ ନିଜ ଫୋନରେ କୈାଣସି ଆପ ବା ଅନ୍ୟ ମିଡିଆ ଫାଇଲକୁ ହାଇଡ କରିଦେଇଥାନ୍ତି । ଗୁଗଲ ପ୍ଲେ ଷ୍ଟୋରରେ ଏମିତି ଅନେକ ଆପ ଅଛି, ଯାହା ସାହାଯ୍ୟରେ ଆପଣ ନିଜର ଫୋନର ଆପ, ଫୋଲ୍ଡର ସହିତ ଫଟୋ ଓ ଭିଡିଓକୁ ବି ହାଇଡ କରିପାରିବେ । କିନ୍ତୁ ସେହି ହାଇଡ କରାଯାଇଥିବା ଆପକୁ କେହି ଦେଖିପାରନ୍ତିନି । ଯିଏ ହାଇଡ କରିଥିବ ସେ ହିଁ ତାକୁ ଦେଖିପାରିବ ।

କିନ୍ତୁ ଏହି ଖବରକୁ ପଢ଼ିବା ପରେ ଆପଣ ଯେକୈାଣସି ସ୍ମାର୍ଟଫୋନରେ ହାଇଡ କରାଯାଇଥିବା ଆପ ଓ ଫୋଲ୍ଡରକୁ ଦେଖିପାରିବେ । ଆଜ୍ଞ । ହଁ , ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଉପାୟ ଆଣିଛୁ, ଯାହା ସାହାଯ୍ୟରେ ଆପଣ ଅନ୍ୟ କାହାର ମୋବାଇଲକୁ ଯାଇ ହାଇଡ ହୋଇଥିବା ଆପ ବା ଫୋଲ୍ଡର ସହଜରେ ଦେଖିପାରିବେ । ଏହା ପାଇଁ ଆପଣଙ୍କୁ କିଛି ଖାସ କରିବାର ଆବଶ୍ୟକତା ନାହିଁ କି କୈାଣସି ଆପ ଡାଉନଲୋଡ କରିବା ଜରୁରୀ ନୁହେଁ ।

ଷ୍ଟେପ ୧ : ହାଇଡ ଆପ ବା ଫୋଲ୍ଡରକୁ ଖୋଜିିବା ପାଇଁ ପ୍ରଥମେ ଆପଣ ନିଜ ଫୋନର ସେଟିଙ୍ଗକୁ ଯାଆନ୍ତୁ ।

ଷ୍ଟେପ ୨ : ସେଇଠି ଆପଣଙ୍କୁ ବହୁତ ଗୁଡାଏ ବିକଳ୍ପ ମିଳିବ । ସେଥିରେ ଆପଣଙ୍କୁ ଆପର ବିକଳ୍ପ ବି ଦେଖାଯିବ, ସେଠି ଟ୍ୟାପ କରନ୍ତୁ ।

ଷ୍ଟେପ ୩ : ଆପ ଉପରେ ଟ୍ୟାପ କରିବା ପରେ ଗୋଟିଏ ପେଜ ଖୋଲିବ । ସେଥିରେ ଆପଣଙ୍କୁ ସମସ୍ତ ଆପ ଦେଖାଯିବ । ଏହି ଆପ ଭିତରୁ ସେହି ଆପକୁ ଖୋଜନ୍ତୁ ଯାହା ଅନ୍ୟ ଆପ ବା ଫୋଲ୍ଡରକୁ ହାଇଡ କରେ । ପୁଣି ସେହି ଆପ ଉପରେ ଟ୍ୟାପ କରନ୍ତୁ ।

ଷ୍ଟେପ ୪ : ସେଇଠି ଆପଣଙ୍କୁ Force Stop  ର ବିକଳ୍ପ ଦେଖାଦେଲା ପରେ ଟ୍ୟାପ କରନ୍ତୁ ।

ଷ୍ଟେପ ୫ : ଆପଣଙ୍କ ସ୍ମାର୍ଟଫୋନ ପୁଣି ଥରେ ଆପଣଙ୍କୁ ପଚାରିବ କି ଆପକୁ Force Stop କରିବେ ନା ନାହିଁ । ଆପଣ OK  ଉପରେ ଟ୍ୟାପ କରିବେ ।

ଏହାପରେ ଆପଗୁଡିକ କାମ କରିବା ବନ୍ଦ କରିଦେବ ଏବଂ ଫୋନରେ ହାଇଡ କରାଯାଇଥିବା ସମସ୍ତ ଆପ ଦେଖାଯିବ । ଏମିତି ଭାବେ ସମସ୍ତ ହାଇଡ ହୋଇଥିବା ପଟୋ, ଭିଡିଓ ଏବଂ ଫୋଲ୍ଡରକୁ ଆପଣ ସହଜରେ ଦେଖିପାରିବେ ।