ମୋବାଇଲ୍ ମିଳିଲା, ବ୍ୟାଗ୍ ମିଳିଲା କିନ୍ତୁ ସ୍ୱାମୀଙ୍କୁ ଖୋଜି ପାଉନାହାନ୍ତି ସ୍ତ୍ରୀ । ଟ୍ରେନିଂ ପାଇଁ ଖଡକପୁର ଯାଉଥିଲେ ସ୍ୱାମୀ

7,079

କନକ ବ୍ୟୁରୋ : ବାହାନଗା ଟ୍ରେନ ଦୁର୍ଘଟଣା ଅନେକଙ୍କ ଜୀବନ ନେଇଛି । ଗୋଟିଏ ପରେ ଗୋଟିଏ କରୁଣ ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ଛାତିଥରାଇଦେବା ଭଳି । ସେହିପରି ଆଉ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଶହ ଶହ ଭିଡ଼ ଭିତରେ ନିଜ ସ୍ୱାମୀକୁ ଖୋଜୁଛି ଅସହାୟ ସ୍ତ୍ରୀ । ସ୍ୱାମୀ ସିଆରପିଏଫରେ ଚାକିରି କରନ୍ତି । ଟ୍ରେନିଂ ପାଇଁ ଖଡ଼ଗପୁର ବାହାରିଥିଲେ । ଟ୍ରେନ ଦୁର୍ଘଟଣା ଖବର ଦେଖି ସ୍ତ୍ରୀ ସ୍ୱାମୀଙ୍କୁ ଫୋନ କରିଥିଲେ । ହେଲେ ବାରମ୍ବାର ଫୋନ କଲେ ମଧ୍ୟ କେହି ଉଠାଇଲେନି । ପରଦିନ ବାଲେଶ୍ୱର ଆସିବା ପାଇଁ ଫୋନ ଆସିଲା । ବାଲେଶ୍ୱର ଆସି ସ୍ୱାମୀଙ୍କ ଫୋନ ଆଉ ବ୍ୟାଗ ପାଇଲେ ସତ ହେଲେ ସ୍ୱାମୀକୁ ପାଉନାହାନ୍ତି ଅସହାୟ ସ୍ତ୍ରୀ ।

ବାଲେଶ୍ୱରରୁ ସୋର, ସୋରରୁ ବାହାନଗା ସବୁଆଡ଼େ ସ୍ୱାମୀଙ୍କୁ ଖୋଜି ବୁଲୁଛନ୍ତି । ସବୁଆଡ଼େ ନିରାଶ ହେବା ପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଗୁହାରି କରିଛନ୍ତି ସେ । ତେବେ ଅଶ୍ୱିନୀ ବୈଷ୍ଣବ ତାଙ୍କ ସ୍ୱାମୀଙ୍କୁ ଖୋଜିବା ପାଇଁ ପ୍ରତିଶ୍ର୍ରୁତି ଦେଇଛନ୍ତି ।