ଅଧାରାତି ଯାଏଁ କରୁଥିଲେ ସୁଟିଂ । ସକାଳୁ ହୋଟେଲ ରୁମରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ । ପ୍ରାଥମିକ ତଦନ୍ତରେ ଆତ୍ମହତ୍ୟା ଅନୁମାନ । ଜାଣନ୍ତୁ ପ୍ରକୃତ ଘଟଣା ।

3,244

କନକ ବ୍ୟୁରୋ : ଏକ ହୋଟେଲରୁ ତାମିଲ ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପୁରା ତାମିଲ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଏହି ୨୮ ବର୍ଷିୟ ଅଭିନେତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ନା ତାଙ୍କୁ କେହି ହୋଟେଲ ଭିତରେ ହତ୍ୟା କରି ଫ୍ୟାନରେ ଝୁଲାଇ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପାରିପାଶ୍ୱିର୍କ ପରିସ୍ଥିତିକୁ ଅନୁଧ୍ୟାନ କରି ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି ।
ସୂଚନା ମୁତାବକ ଏକ ଟିଭି ସିରିଏଲର ସୁଟିଂ ଚାଲିଥିଲା । ଚିତ୍ରା ପ୍ରାୟ ରାତି ୨.୩୦ ଯାଏ ସୁଟିଂ ସେଟ୍ ରେ ଥିଲେ । ସୁଟିଂ ସାରି ସେ ପାଖରେ ଥିବା ଏକ ହୋଟେଲରେ ବିଶ୍ରାମ ନେବାକୁ ଆସିଥିଲେ । ହେଲେ ସକାଳୁ ହୋଟେଲ ରୁମର ପଙ୍ଖାରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଚିତ୍ରା ବିବାହିତ, ତାଙ୍କ ସ୍ୱାମୀ ହେମନ୍ତ ରିବି ଜଣେ ବଡ ବ୍ୟବସାୟୀ । ସେ ଗତକାଲି ବି ତାଙ୍କ ସ୍ୱାମୀଙ୍କ ସହିତ ଥିଲେ । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ଚିତ୍ରା ମାନସିକ ରୋଗରେ ଶିକାର ହୋଇଥିଲେ । ଯେଉଁଥିପାଇଁ ସେ ଏଭଳି ପଦକ୍ଷେପ ନେଇପାରିଥା’ନ୍ତି ବୋଲି କୁହାଯାଇଛି ।
ଚିତ୍ରାଙ୍କ ସ୍ୱାମୀ ହେମନ୍ତ ରବିଙ୍କ କହିବା ମୁତାବକ ଚିତ୍ର ସୁଟିଂ ସାରି ହୋଟେଲକୁ ଫେରିଥିଲେ । ହୋଟେଲରେ ପହଂଚିବା ପରେ ସେ ଗାଧୋଇବାକୁ ଯାଇଥିଲେ । ସେ ଅଧିକ ସମୟ ଗାଧୋଇବା ଘରେ ରହିବାରୁ ତାଙ୍କର ସନ୍ଦେହ ହୋଇଥିଲା । ହେମନ୍ତ ଏନେଇ ହୋଟେଲ କର୍ମଚାରୀଙ୍କୁ ଜଣାଇଥିଲେ । ହୋଟେଲ କର୍ମଚାରୀଙ୍କ ସହାୟତାରେ ନକଲି ଚାବି ମାଧ୍ୟମରେ କବାଟ ଖୋଲିବା ପରେ ଚିତ୍ରାଙ୍କ ଝୁଲନ୍ତା ମୃତଦେହ ଗଧୋଇବା ଘର ପଙ୍ଖାରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ହୋଟେଲ ନିକଟରେ ପହଂଚି ଶବ ଜବତତ କରିବା ସହ ତାହାକୁ ବ୍ୟବଛେଦ ପାଇଁ ପଠାଇଛି । ଅନ୍ୟପଟେ ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଅନୁମାନ କରୁଥିବା ବେଳେ ଅନ୍ୟ କିଛି ସୂତ୍ର ମୁତାବକ ଏହାକୁ ହତ୍ୟାକାଣ୍ଡ ବୋଲି କୁହାଯାଇଛି ।