କଟକ ପାଲଟିଛି ନକଲି କାରଖାନାର ହବ୍ । ପୁଣି ନକଲି ଘିଅ କାରଖାନା ଠାବ । କଟକ ପିଠାପୁରରୁ ନକଲି ଘିଅ କରାଖନା ଠାବ କଲା ବାଦାମବାଡି ପୁଲିସ ।

କଟକ ପାଲଟିଛି ନକଲି କାରଖାନାର ହବ୍ । ପୁଣି ନକଲି ଘିଅ କାରଖାନା ଠାବ । କଟକ ପିଠାପୁରରୁ ନକଲି ଘିଅ କରାଖନା ଠାବ କଲା ବାଦାମବାଡି ପୁଲିସ ।

କନକ ବ୍ୟୁରୋ : କଟକରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା । ପିଠାପୁର ଅଞ୍ଚଳରୁ ଏକ ନକଲି ଘିଅ କାରଖାନା ଉପରେ ଚଢାଉ କରିଛି ବାଦାମବାଡି ପୋଲିସ । ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହାସହ ବହୁ ନାମୀଦାମୀ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ ।

କଟକରୁ ବାରମ୍ବାର ନକଲି ସାମଗ୍ରୀର କାରଖାନା ଉପରେ ପୋଲିସ ଚଢାଉ କରୁଛି । ଏଭଳି ବିପୁଳ ପରିମାଣର ନକଲି କାରଖାନା ଯୋଗୁଁ କଟକକୁ ନକଲି କାରଖାନାର ହବ୍ ବୋଲି କୁହାଯାଉଛି । ଏହା ପୂର୍ବରୁ କଟକ ଜଗତପୁର ଅଞ୍ଚଳରୁ ନକଲି ଘିଅ, ହଳଦୀ ଓ ମସଲା କାରଖାନା ଉପରେ ଚଢାଉ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe