କନକ ବ୍ୟୁରୋ : କଟକରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା । ପିଠାପୁର ଅଞ୍ଚଳରୁ ଏକ ନକଲି ଘିଅ କାରଖାନା ଉପରେ ଚଢାଉ କରିଛି ବାଦାମବାଡି ପୋଲିସ । ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହାସହ ବହୁ ନାମୀଦାମୀ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ ।
କଟକରୁ ବାରମ୍ବାର ନକଲି ସାମଗ୍ରୀର କାରଖାନା ଉପରେ ପୋଲିସ ଚଢାଉ କରୁଛି । ଏଭଳି ବିପୁଳ ପରିମାଣର ନକଲି କାରଖାନା ଯୋଗୁଁ କଟକକୁ ନକଲି କାରଖାନାର ହବ୍ ବୋଲି କୁହାଯାଉଛି । ଏହା ପୂର୍ବରୁ କଟକ ଜଗତପୁର ଅଞ୍ଚଳରୁ ନକଲି ଘିଅ, ହଳଦୀ ଓ ମସଲା କାରଖାନା ଉପରେ ଚଢାଉ କରିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/12/27-19.jpg)