କନକ ବ୍ୟୁରୋ : ସିମ ବକ୍ସ ଆତଙ୍କୀ ଲିଙ୍କ୍ ମାମଲା, ପୋଲିସକୁ ମିଳୁଛି ଚାଞ୍ଚଲ୍ୟକର ତଥ୍ୟ । କଟକରେ ମଧ୍ୟ ଅଛି ଆଉ ଏକ ସିମ ବକ୍ସ ସେଟ୍ ଅପ । ହାୱାଲା ଜରିଆରେ ଚାଲିଥିଲା ଆର୍ଥିକ କାରବାର ।  ବାଂଲାଦେଶରୁ ଭୁବନେଶ୍ୱରକୁ ଆସୁଥିଲା ଟଙ୍କା । ଯାହା ବି ଟ୍ରାଞ୍ଜାକ୍ସନ୍ ହେଉଥିଲା ତାହା କ୍ୟସ୍ ଆକାରରେ ହେଉଥିଲା । ବାଂଲାଦେଶ ବର୍ଡରରେ ଥିବା କିଛି ଦୋକାନରେ ଚାଲୁଥିଲା ଏହି ହୱାଲା କାରବାର । ନୋଟକୁ କୋଡ ହିସାବରେ ବ୍ୟବହାର କରି ହୱାଲା ମାଧ୍ୟମରେ ଆର୍ଥିକ କାରବାର ହେଉଥିଲା ବାଂଲାଦେଶରୁ ଲୋକ ଆସି କଟକ ଓ ଭୁବନେଶ୍ୱର ରେ ସିମ୍ ବକ୍ସ ସେଟ୍ ଅପ୍ କରି ଯାଇଥିଲେ ।

Advertisment

ସେପଟେ ଆତଙ୍କି ଲିଙ୍କ ମାମଲା, ଖୁବ୍ ଶୀଘ୍ର ଏନଆଇଏ ଓ ଇଣ୍ଟରପୋଲ୍ ସହାୟତା ନେବ କମିଶନରେଟ ପୋଲିସ । ତଦନ୍ତ ବେଳେ ଚୀନ୍,ପାକିସ୍ଥାନ,ବାଂଲାଦେଶ ଓ ମିଡ଼ିଲ ଇଷ୍ଟ ଲିଙ୍କ୍ ସାମ୍ନା କୁ ଆସିଛି। ତେଣୁ ଆତଙ୍କି ଲିଙ୍କ୍ ନେଇ ଅଧିକ ଖୋଳତାଡ କରାଯାଉଛି। ରାଜୁକୁ ରିମାଣ୍ଡରେ ଆଣି ସେ ଦୁଇଟି ସିମ ବକ୍ସର ଲୋକେଶନ ଠାବ କରିବ ପୋଲିସ । ରାଜୁକୁ ୧୪ ଦିନ ରିମାଣ୍ଡ ରେ ଆଣିବା ପାଇଁ କୋର୍ଟ ରେ ଆବେଦନ କରିଥିଲା ଲକ୍ଷ୍ମିସାଗର ଥାନା ପୋଲିସ। କିନ୍ତୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି ।