କନକ ବ୍ୟୁରୋ: ପାଂଚ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳିଲା ଆର୍ଥିକ ସହାୟତା । ଅତୁଟ ବନ୍ଧନ ମାଧ୍ୟମରେ ସୂର୍ଯ୍ୟମଣି ସ୍ୱାଇଁ ଏଜୁକେସନ ଟ୍ରଷ୍ଟ ପକ୍ଷରୁ ୫ ଜଣ ଗରିବ ଡାକ୍ତର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପ୍ରତି ପିଲାଙ୍କୁ ୧୧ ହଜାର ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରାଯାଇଛି । ଏହାସହ ଏହି ୫ ଜଣଙ୍କ ମେଡିକାଲ ପାଠପଢ଼ା ଶେଷ ହେବା ଯାହାବି ଅର୍ଥ ଆବଶ୍ୟକ, ସେସବୁ ଅତୁଟ ବନ୍ଧନ ମାଧ୍ୟମରେ ସୂର୍ଯ୍ୟମଣି ସ୍ୱାଇଁ ଏଜୁକେସନ ଟ୍ରଷ୍ଟ ପ୍ରଦାନ କରିବ ।
ଏହି କାର୍ଯ୍ୟକ୍ରମରେ ଅତୁଟ ବନ୍ଧନର ପ୍ରତିଷ୍ଠାତା ପ୍ରୀତୀଶ ବାସା, ସୂର୍ଯ୍ୟମଣି ସ୍ବାଇଁ , ରାଜଲକ୍ଷ୍ମୀ ସ୍ୱାଇଁ, ବିଜୟଲକ୍ଷ୍ମୀ ସ୍ୱାଇ. ରମେଶ ମିଶ୍ର, ଆଦିତ୍ୟ ପ୍ରସାଦ ଦାସ, ୫ ଜଣଯାକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ସାମିଲ ହୋଇଥିଲେ । ଯେମିତି ଗରିବ ପିଲାଙ୍କ ଡାକ୍ତରୀ ହେବାର ସ୍ୱପ୍ନ ମଉଳି ନଯାଉ, ସେଥିପାଇଁ ଅତୁଟ ବନ୍ଧନ ପ୍ରୟାସ କରିଆସୁଛି । ଏପର୍ଯ୍ୟନ୍ତ ଅତୁଟ ବନ୍ଧନ ମାଧ୍ୟମରେ ପ୍ରାୟ ୧୫୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସହାୟତା ମିଳିସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/6-33.jpg)