ଶ୍ରୀମନ୍ଦିର ଗରିବ ସେବାୟତଙ୍କୁ ମିଳିବ ଘର, ଖୁବଶୀଘ୍ର ନିର୍ମାଣ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ । ପରିଚାଳନା ବୈଠକରେ ନିଆଗଲା ନିଷ୍ପତ୍ତି ।

Advertisment
ଶ୍ରୀମନ୍ଦିର ଗରିବ ସେବାୟତଙ୍କୁ ମିଳିବ ଘର,  ଖୁବଶୀଘ୍ର ନିର୍ମାଣ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ । ପରିଚାଳନା ବୈଠକରେ ନିଆଗଲା ନିଷ୍ପତ୍ତି ।

କନକ ବ୍ୟୁରୋ : ପୁରୀ ସେବାୟତଙ୍କୁ ମିଳିବ ଘର । ପ୍ରାଥମିକ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ମିଳିବ ଘର । ଏନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର । ଏହାଛଡା ପ୍ରତି ସେବାୟତଙ୍କୁ ଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ସେବାୟତ ଚାହିଁଲେ ନିଜ ଖର୍ଚ୍ଚରେ ମଧ୍ୟ ଘରକୁ ଆହୁରି ବଢାଇପାରିବେ । ପରିବାର ପିଛା ୬ ଶହ ବର୍ଗଫୁଟ ଜମି ମିଳିବ । ୮ ଏକର ଜମିରେ ନିର୍ମାଣ ହେବ ସେବାୟତଙ୍କ ଘର ।

ସେହିଭଳି ପୁରୀରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ପାଇଁ ନିଷ୍ପତ୍ତି  ନିଆଯାଇଛି । ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୂଳ ସୋସାଇଟି । ପରିଚାଳନା କମିଟି ଅଧିନରେ ସୋସାଇଟି ଗଠନ ହେବ ।  ଶ୍ରୀମନ୍ଦିର ଗୁରୁକୂଳ ଫଣ୍ଡ ଗଠନ ହେବ। ଫଣ୍ଡ ମାଧ୍ୟମରେ ହେବ ଗୁରୁକୂଳର ବିକାଶ। ୧୭ ଏକର ଜମି ମାଟିତୋଟାରେ ଗୁରୁକୂଳ ପାଇଁ ବ୍ୟବହାର ହେବ। ସୋସାଇଟିର ଚେୟାରମ୍ୟାନ ଗଜପତି ମହାରାଜା ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୂଳ ପାଇ ଏମଓୟୁ ହେବ।। ଆଦର୍ଶ ଗୁରୁକୂଳ ପାଇଁ ଓଡିଶା ସରକାର ସମସ୍ତ ଖର୍ଚ୍ଚ କରିବେ। ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ।

ଏହାବାଦ୍ ଶ୍ରୀମନ୍ଦିର ରକ୍ଷାଣବେକ୍ଷଣ ପାଇଁ ୫ ବର୍ଷିୟା ପ୍ଲାନିଂ ହେବ ।  ଏହା ବାବଦରେ ଏଏସଆଇ ଠାରୁ ପ୍ଲାନ ଆହ୍ୱାନ କରାଯିବ । ମନ୍ଦିର ପ୍ରଶାସନ ସହ ମିଶି ମନ୍ଦିର ରକ୍ଷାଣବେକ୍ଷଣ ନେଇ ନିଷ୍ପତ୍ତି ନେବ ଏଏସଆଇ । ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦେବେ। ରଥଯାତ୍ରା ପରେ ରଥର ଚକକୁ ମାଗଣାରେ ଯୋଗାଇ ଦିଆଯିବ। ଏନେଇ ସବକମିଟିକୁ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe