ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲଙ୍କ ଘୋଷଣା

2,569

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ଆସିବ ମଧ୍ୟାହ୍ନ ଭୋଜନ ଟଙ୍କା । ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ । କରୋନା ମହାମାରୀ ସମୟରେ ସ୍କୁଲଗୁଡିକ ବନ୍ଦ ଥିବାରୁ ଡିବିଟି ଜରିଆରେ ଦିଆଯିବ ମଧ୍ୟାହ୍ନ ଭୋଜନ ଟଙ୍କା । ପିଲାମାନଙ୍କ ପୁଷ୍ଟିକୁ ସୁରକ୍ଷା ଦେବା ସହ ମହାମାରୀ ସମୟରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ରକ୍ଷା କରିବାରେ ଏହା ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଦେଶର ପ୍ରାୟ ୧୧ କୋଟି ୮୦ ଲକ୍ଷ ଛାତ୍ରଛାତ୍ରୀଙ୍କ ଖାତାକୁ ସିଧା ୧୨୦୦ କୋଟି ଟଙ୍କା ପଠାଇବେ କେନ୍ଦ୍ର ସରକାର । ପୂର୍ବରୁ ଦେଶର ୮୦ କୋଟି ହିତାଧିକାରୀଙ୍କ ପାଇଁ କରୋନା କାଳରେ ମାସକୁ ୫ କେଜି ଖାଦ୍ୟ ଶସ୍ୟ ବଂଟନ ପାଇଁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଏହି ଖାଦ୍ୟ ଶସ୍ୟ ମାଗଣାରେ ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର ।