କନକ ବ୍ୟୁରୋ : ଆୟକର ବିଭାଗର ନୂଆ ଇନକମ୍ ଟ୍ୟାକ୍ସ ଇ-ଫାଇଲିଙ୍ଗ ପୋର୍ଟାଲରେ ଲଗାତର ବ୍ୟତିକ୍ରମ ଦେଖାଦେବା ନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଇନଫୋସିସ୍ ସିଇଓଙ୍କୁ ନୋଟିସ ଜାରି କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଇନଫୋସିସ୍ ସିଇଓ ସଲିଲ୍ ପାରେଖଙ୍କ ନିକଟକୁ ପଠାଯାଇଥିବା ନୋଟିସରେ ଆସନ୍ତା କାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଉପସ୍ଥିତ ହୋଇ ସ୍ପଷ୍ଟ କରିବାକୁ କୁହାଯାଇଛି ।
କହିରଖୁ କି, ଏହି ପୋର୍ଟାଲ ୨ ମାସ ହେବ ଠିକରେ କାମ କରୁନାହିଁ । ଏନେଇ ଜୁନ ମାସରୁ ଅର୍ଥମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ସେ ସିଲିଲ ପାରେଖ ଓ ବରିଷ୍ଠ କାର୍ଯର୍୍ୟକାରୀ ପ୍ରବୀଣ ରାଓଙ୍କୁ ଜୁନ ମାସରୁ ପୋର୍ଟାଲକୁ ଅଧିକ ସରଳ ଓ ହିତାଧିକାରୀମାନେ କିଭଳି ଏହାକୁ ସହଜ ଉପାୟରେ ବ୍ୟବହାର କରିପାରିବେ ସେନେଇ କାମ କରିବାକୁ ପରାମର୍ଶ ଦେଇଥିଲେ ବି ତାହା ଏପର୍ଯ୍ୟନ୍ତ ଫଳପ୍ରଦ ହୋଇ ନାହିଁ ।
ଆୟକର ବିଭାଗ ତରଫରୁ ରବିବାର ଦିନ କରାଯାଇଥିବା ଟ୍ୱିଟରେ କୁହାଯାଇଛି କି, “ଅର୍ଥ ମନ୍ତ୍ରଣାଳୟ ଇନଫୋସିସ ସିଇଓ ସଲିଲ ପାରେଖଙ୍କୁ ଅଗଷ୍ଟ ୨୩ ତାରିଖରେ ଉପସ୍ଥିତ ହେବାକୁ ନୋଟିସ କରିଛି । ପାରେଖଙ୍କୁ ଅର୍ଥମନ୍ତ୍ରୀଙ୍କ ସମ୍ମୁଖରେ ଏହା ସ୍ପଷ୍ଟ କରିବାକୁ କୁହାଯାଇଛି କି, ନୂଆ ଇ-ଫାଇଲିଙ୍ଗ ପୋର୍ଟାଲ ଲଂଚ ହେବାର ୨ ମାସ ପରେ ବ୍ୟତିକ୍ରମ କାହିଁକି ଦେଖା ଯାଉଛି ? ଏହାକୁ କାହିଁକି ଠିକ୍ କରାଯାଉ ନାହିଁ ?”
କହିରଖୁ କି ଇ-ଫାଇଲିଙ୍ଗର ଏହି ନୂଆ ପୋର୍ଟାଲକୁ ଇନଫୋସିସ୍ ଡିଜାଇନ କରିଥିଲା । ଏହା ଜୁନ୍ ୭ ରେ ଆରମ୍ଭ ହୋଇଥିଲେ ବି ଟେକନିକରେ ଅନେକ ସମସ୍ୟା ଦେଖା ଯାଉଛି । ହିତାଧିକାରୀମାନେ ବାରମ୍ବାର ଏହି ତୃଟି ବିଚ୍ୟୁତିର ଷ୍କ୍ରିନ ସର୍ଟ କରି ଅର୍ଥମନ୍ତ୍ରଣାଳୟକୁ ଟ୍ୟାଗ୍ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2021/08/Capture-43.jpg)