ଅର୍ଥମନ୍ତ୍ରୀଙ୍କ ଦୀପାବଳୀ ଭେଟି, କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏଲଟିସି ଯୋଜନା, ରାଜ୍ୟ ମାନଙ୍କୁ ବି ବଡ ଉପହାର

ଅର୍ଥମନ୍ତ୍ରୀଙ୍କ ଦୀପାବଳୀ ଭେଟି

6,318

କନକ ବ୍ୟୁରୋ : ଆର୍ଥିକ କାରବାରକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମ୍ମିଳନୀରେ ସେ ଅନେକ କଥା ଘୋଷଣା କରିଥିବା ବେଳେ ଜିଏସଟି କାଉଁସିଲ ବୈଠକ ଅପରାହ୍ନ ୪ ଟାରୁ ସଂନ୍ଧ୍ୟା ୬ ଟା ଯାଏ ଅନୁଷ୍ଟିତ ହେବ ବୋଲି କହିଛନ୍ତି । ସେ କହିଥିଲେ କି ଆର୍ଥିକ କାରବାରକୁ ନେଇ ହେଉଥିବା ଦାବି ପାଇଁ ଏହି ପ୍ରସ୍ତାବ ବିଶେଷ ଭାବେ ପ୍ରସ୍ତୁତ କରାଯାଇଛି । ଏହା ମଧ୍ୟ ଖର୍ଚ୍ଚ ବୃଦ୍ଧି ପାଇଁ ପଦକ୍ଷେପ ନେବ ।
ଏହା ବ୍ୟତିତ ଅନ୍ୟ ଏକ ଘୋଷଣା କରି ସେ କହିଛନ୍ତି କି ଜିଡିପି ବୃଦ୍ଧି ପାଇଁ ପୟାସ କରାଯାଉଛି । କୋଭିଡ-୧୯ ପାଇଁ ଦେଶରେ ଅର୍ଥ ବ୍ୟବସ୍ଥାରେ ମାନ୍ଦା ଅବସ୍ଥା ରହିଛି । ଯେଉଁଥି ପାଇଁ ଆତ୍ମନିର୍ଭର ଭାରତ ଯୋଜନାରେ ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯୋଗାଣ ଉପରେ ଚାପ ଏବେ ହ୍ରାସ ପାଇଛି କିନ୍ତ୍ୁ ଚାହିଦା ଏବେ ବି ପ୍ରଭାବିତ ହୋଇଛି । ଉପଭୋକ୍ତାଙ୍କ ଖର୍ଚ୍ଚ ବୃଦ୍ଧି କରିବାକୂୁ ସରକାର ୨ ଟି ଯୋଜନା ଘୋଷଣା କରିଛନ୍ତି । ଏଲଟିିସି କ୍ୟାସ୍ ଭାଉଚର ଯୋଜନା ଓ ଦ୍ୱିତୀୟଟି ସ୍ୱତନ୍ତ୍ର ପର୍ବ ଆଡଭାନ୍ସ ସ୍କିମ୍ ।

 ଏଲଟିିସି କ୍ୟାସ୍ ଭାଉଚର ଯୋଜନା
ଉପଭୋକ୍ତାଙ୍କ ଖର୍ଚ୍ଚବୃଦ୍ଧି ପାଇଁ ଏଲଟିସି ଅଧିନରେ ଏକ ନଗଦ ଭାଉଚର ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । କେନ୍ଦ୍ରସରକାରଙ୍କ ଅଧିନରେ କାମ କରୁଥିବା କର୍ମଚାରୀ ମାନେ ଛୁଟି ସମୟରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ବେଳେ ସେମାନଙ୍କୁ ସ୍ୱତନ୍ତ୍ର ରିହାତି ମିଳିବ । ଏହା ଅଧିନରେ କେନ୍ଦ୍ରସରକାରଙ୍କ କର୍ମଚାରୀ ମାନଙ୍କୁ ୪ ବର୍ଷରେ ଥରେ ଏଲଟିସିର ଲାଭ ପ୍ରଦାନ କରାଯିବ । ଭାରତର ଯେକୌଣସି ସ୍ଥାନକୁ ଭ୍ରମଣ କରିବା ଓ କୌଣସି ସହରରେ ଛୁଟି କଟାଇବାକୁ ସେମାନଙ୍କୁ ଏକ ଏଲଟିସି ପ୍ରଦାନ କରାଯିବ । ଯଦି କର୍ମଚାରୀ ଜଣକ ଭାରତର କୌଣସି ସ୍ଥାନକୁ ବୁଲିବାକୁ ନଯାଆନ୍ତି ତେବେ ନିକଟତମ ସହର ପରିଭ୍ରମଣ କରିବାକୁ ତାଙ୍କୁ ବାର୍ଷିକ ୨ ଟି ଏଲଟିସି ମିଳିବ ବୋଲି ଘୋଷଣା କରାଯାଇଛି । କର୍ମଚାରୀଙ୍କ ସ୍କେଲ ଓ ପଦ ମୁତାବକ ତାଙ୍କୁ ଏହି ଯୋଜନା ମାଧ୍ୟମରେ ଉଡାଜାହଜ ବା ଟ୍ରେନ ଯାତ୍ରା ପାଇଁ ସୁବିଧା ଦିଆଯିବ । ଏହା ବ୍ୟତିତ ୧୦ ଦିନ ଛୁଟି (ଦରମା ଓ ଡିଏ ସହିତ) ବ୍ୟବସ୍ଥା କରାଯିବ । ଏହି ଯୋଜନା ପାଇଁ କେନ୍ଦ୍ରସରକାରଙ୍କ ଉପରେ ୫ ହଜାର ୬୭୫ କୋଟିର ଅଧିକ ଆର୍ଥିକ ବୋଝ ବହନ କରିବାକୁ ପଡିବ ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବିନା ସୁଧରେ ୧୦ ହଜାର ଟଙ୍କା ଋଣ
ଅର୍ଥମନ୍ତ୍ରୀ ଘକ୍ଟଦ୍ଭ ଏବଚ୍ଛରଗ୍ଧଗ୍ଧରୟ ଋଜ୍ଞକ୍ଟ୍ରକ୍ଷକ୍ଟଚ୍ଚରରଗ୍ଦ ମାନଙ୍କ ପାଇଁ ସ୍ୱତନ୍ତ୍ର ପର୍ବ ଆଡଭାନ୍ସ ସ୍କିମ୍ ବି ଘୋଷଣା କରିଛନ୍ତି । ଏହି ଲାଭ ସେମାନଙ୍କୁ ମାତ୍ର ଗୋଟିଏ ଥର ମିଳିବ । ଏହି ଯୋଜନା ମାଧ୍ୟମରେ ସେମାନେ ବିନା ସୁଧରେ ୧୦ ହଜାର ଟଙ୍କା ଯାଏ ଋଣ ପାଇପାରିବେ । ଏହାକୁ ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ ଖର୍ଚ୍ଚ କରିବାକୁ ପଡିବ ।

 ରାଜ୍ୟଗୁଡିକୁ ୧୨ ହଜାର କୋଟି ଟଙ୍କାର ସୁଧମୁକ୍ତ ସ୍ୱତନ୍ତ୍ର ଋଣ ଅଫର
କେବଳ କେନ୍ଦ୍ରୀୟ କର୍ମଚାରୀ ନୁହନ୍ତି । ରାଜ୍ୟମାନଙ୍କ ପାଇଁ ବି ଅର୍ଥମନ୍ତ୍ରୀ ଏକ ବଡ ପ୍ୟାକେଜ୍ ଘୋଷଣା କରିଛନ୍ତି । ଯାହା ମଧ୍ୟରେ ରାଜ୍ୟମାନେ ୫୦ ବର୍ଷ ପାଇଁ ବିନା ସୁଧରେ ୧୨ ହଜାର କୋଟି ଟଙ୍କାର ଋଣ ନେଇପାରିବେ । ଅର୍ଥମନ୍ତ୍ରୀ କହିଛନ୍ତି କି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମାନଙ୍କ ପାଇଁ ପ୍ରଥମ ଭାଗ ଭାବେ ୧୬ ଶହ କୋଟି ଟଙ୍କା ଓ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ପାଇଁ ୯ ଶହ କୋଟି ଟଙ୍କାର ପ୍ରସ୍ତାବ ରଖା ଯାଇଛି । ଏହା ବ୍ୟତିତ ଦ୍ୱିତୀୟ ଭାଗରେ ଅନ୍ୟରାଜ୍ୟ ମାନଙ୍କୁ ବିଶେଷ ଭାବେ ୭ ହଜାର ୫ ଶହ କୋଟି ଟଙ୍କାର ସ୍ୱତନ୍ତ୍ର ଋଣ ଦେବାକୁ ବ୍ୟବସ୍ଥା ହୋଇଛି । ଅର୍ଥ ଆୟୋଗର ସଂକଳ୍ପ ଆଧାରରେ କେଉଁ ରାଜ୍ୟକୁ କେତେ ଋଣ ଦିଆଯିବ ତାହା ନିର୍ଣ୍ଣୟ କରାଯିବ । ଏହା ସହ ତୃତୀୟ ଭାଗରେ ଆତ୍ମନିର୍ଭର ଭାରତ ପ୍ୟାକେଜର ୪ ଟି ସଂସ୍କାର ମଧ୍ୟରୁ ଯେଉଁ ରାଜ୍ୟମାନେ   ସର୍ବନିମ୍ନ ୩ ଟି ସଂସ୍କାର ପୁରଣ କରୁଥିବେ ସେମାନଙ୍କୁ ୨ ହଜାର କୋଟି ଟଙ୍କାର ଋଣ ଦିଆଯିବ ।
ଅର୍ଥମନ୍ତ୍ରୀ କହିଛନ୍ତି କି ଭିର୍ତ୍ତିଭୂମି ଓ ସଂପତ୍ତି ସୃଷ୍ଟି କରୁଥିବା ଖର୍ଚ୍ଚ ଅର୍ଥ ବୃବସ୍ଥା ଉପରେ ବହୁତ ପ୍ରଭାବ ପକାଇଛି । ଏହା କେବଳ ବର୍ତମାନର ଜିଡିପିକୂୁ ସମର୍ଥନ କରୁନାହିଁ ବରଂ ଭବିଷ୍ୟତର ଜିଡିପି ଉପରେ ମଧ୍ୟ ଗୁରୁତ୍ୱାରୋପ କରୁଛି । ଏହାକୁ ଦୃଷ୍ଟିରେ ରଖି ଆମେ ରାଜ୍ୟ ଓ କେନ୍ଦ୍ରର ପୁଞ୍ଜି ଖର୍ଚ୍ଚ ଉପରେ ଗୁରୁତ୍ୱ ଦେବୁ ବୋଲି ସେ କହିଛନ୍ତି । ସେ କହିଥିଲେ କି ସଡକ, ପ୍ରତିରକ୍ଷା, ଜଳ ଯୋଗାଣ, ସହରୀ ବିକାଶ ଓ ଘରୋଇ ଉତ୍ପାଦନ ପାଇଁ ପୁଞ୍ଜି ଖର୍ଚ୍ଚ ରୂପରେ ୪.୧୩ ଲକ୍ଷ କୋଟି ଟଙ୍କା ୨୦୨୦ ବଜେଟ୍ ରେ ଦିଆଯିବ ।