ଆଜି କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ । ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ଉପସ୍ଥାପିତ ହେବ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ ।

134

କନକ ବ୍ୟୁରୋ: ବିଧାନସଭା ଅଧିବେସନର ପଞ୍ଚମ ଦିନ । ଆଜି କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ୨୦୨୪-୨୫ ଆର୍ଥକ ବର୍ଷ ପାଇଁ ଉପସ୍ଥାପିତ ହେବ ୨ ଲକ୍ଷ ୬୦ ହଜାର କୋଟି ଟଙ୍କାର ବଜେଟ୍ । ଗତ ୩ ତାରିଖ ମନ୍ତ୍ରୀ ପରିଷଦ ବୈଠକରେ ମିଳିଥିଲା ଅନୁମୋଦନ । ସାଧାରଣ ନିର୍ବାଚନ ଆଗକୁ ଥିବାରୁ ବଜେଟ୍ ବଡ ଘୋଷଣା କରିପାରେ ବିଜେଡି ।